କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ ହୋଇଥିଲା। ଆଉ ଏହି ଲକ୍ଡାଉନ୍ କେତେକଙ୍କ ଜୀବନ ଜୀବିକା ଉପରେ ଦାଉ ସାଧିଥିଲା। ଏ ନେଇ ପ୍ରାୟ କେତେ ଲୋକ ଚାକିରି ହରାଇଥିବା ବେଳେ ବ୍ୟବସାୟୀଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥିଲା। ମାତ୍ର ଚାକିରି ଚାଲି ଯାଇଥିଲେ ସୁଦ୍ଧା ଏହି ସମୟରେ ହାର ମାନି ନ ଥିଲେ ଉତ୍ତରାଖଣ୍ଡ ଅଲ୍ମୋରା ଜିଲାରେ ରହୁଥିବା ଦାନ ସିଂ। ସେ ଦିଲ୍ଲୀ ମେଟ୍ରୋରେ କାମ କରୁଥିଲେ। ମାତ୍ର ଲକ୍ଡାଉନ୍ ସମୟରେ ସେ ଚାକିରି ହରାଇଥିଲେ। ପରେ ଦାନ ଅନେକ ସ୍ଥାନରେ କାମ ଖୋଜାଖୋଜି ମଧ୍ୟ କରିଥିଲେ। ହେଲେ ତାଙ୍କୁ କୌଣସି ସ୍ଥାନରେ ଆଉ ସୁଯୋଗ ମିଳିଲା ନାହିଁ। ଏହି ସମୟରେ ସେ ନିଜ ଗାଁ ପାହାଡ଼ରେ ଉଠିଥିବା ଘାସରୁ ହର୍ବାଲ ଚା’ ତିଆରି କରିବା ଆରମ୍ଭ କରିଥିଲେ। ଲାଭ ଦେଖି ଉତ୍ପାଦନର ଚାହିଦା ମଧ୍ୟ ବଢ଼ିଥିଲା। ତେବେ ଆଜି ହର୍ବାଲ ଚା’ ବିକ୍ରି କରି ଦାନ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଭାରତରେ କରୋନା ବିସ୍ତାର ହେବାର କିଛି ଦିନ ପୂର୍ବରୁ ଦାନ ଗାଁକୁ ଆସିଥିଲେ। ଏଭଳି ପରିସ୍ଥିତିରେ ଲକ୍ଡାଉନ୍ ହେବାରୁ ସେ ବାହାରକୁ ଯାଇପାରି ନ ଥିଲେ। କରୋନାକୁ ଏଡାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦିଆଯାଉଥିଲା। ଯାହା ଡିକୋସନ ଏବଂ ହର୍ବାଲ ଚା’ ର ଚାହିଦା ବଢ଼ାଉଥିଲା। ଏହି ସମୟରେ, ଦାନ ପର୍ବତରେ ବଢ଼ୁଥିବା ଏକ ବିଶେଷ ପ୍ରଜାତିର ଘାସକୁ ଆଣି ଚା’ ତିଆରି କରିଥିଲେ। ପରେ ଲୋକମାନେ ଥଣ୍ଡା ଜ୍ୱରରେ ଘରୋଇ ଉପଚାର ଭାବରେ ଏହାକୁ ଗ୍ରହଣ କରିବାକୁ ଲାଗିଲେ।
ଦୁଇଥର ପରୀକ୍ଷଣରେ, ଦାନ ଏହି ହର୍ବାଲ ଘାସରୁ ଚା’ ତିଆରି କରିବାର ସଠିକ ଉପାୟ ପାଇଲେ। ଏହା ପରେ ସେ ନିଜ ସାଙ୍ଗମାନଙ୍କୁ ଏହି ସୂଚନା ଦେଇଥିଲେ। ଦାନ ସାଙ୍ଗମାନେ ତୁରନ୍ତ ଏଥିପାଇଁ ଅର୍ଡର ଦେଇଥିଲେ। ଅର୍ଡର ପାଇବା ପରେ ଦାନ ସିଂଙ୍କ ମନୋବଳ ବଢ଼ିଥିଲା। ଏହା ପରେ ସେ ଏହି ଚା’ର ସୂଚନା ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥିଲେ। ଲୋକମାନଙ୍କୁ ତାଙ୍କର ଉତ୍ପାଦ ବିଷୟରେ ଅବଗତ କରାଇଲେ । ବହୁ ସଂଖ୍ୟକ ଲୋକଙ୍କ ଅର୍ଡର ମଧ୍ୟ ରଖିଲେ। କିଛି ଦିନ ପରେ ଦାନ ଆମାଜନ ସହିତ ଏକ ଚୁକ୍ତି ମଧ୍ୟ କଲେ।
ଦାନ ପ୍ରତିଦିନ ସକାଳେ ପାହାଡ଼କୁ ଯାଇ ଘାସ ଆଣି ଘରକୁ ଆସନ୍ତି। ପରେ, ପତ୍ର ତାହାକୁ ଶୁଖାନ୍ତି । ପତ୍ର ଦୁଇ-ତିନି ଦିନରେ ଶୁଖିଲା ପରେ ତାହାକୁ ଗୁଣ୍ଡ କରନ୍ତି। ପ୍ୟାକ ପ୍ରସ୍ତୁତ କରି ସେଥିରେ ଲେମ୍ବୁ, ଅଦା, ତୁଳସୀ ଓ ତେଜପତ୍ର ମିଶାନ୍ତି। ଦାନଙ୍କ ପରେ ଗାଁର ଅନ୍ୟ ଲୋକମାନେ ମଧ୍ୟ ଏହି ଘାସ ବ୍ୟବହାର କରୁଛନ୍ତି।
ଏହି ଘାସକୁ କାନ୍ଦାଲି କୁହାଯାଏ। ଦାନ ତାଙ୍କ ଚା’ କୁ ‘ମାଉଣ୍ଟେନ ଚା’ ନାମରେ ନାମିତ କରିଛନ୍ତି। ଦାନଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ଏହି ଚା’ ତିଆରି କାମରେ କାମରେ ଅଛନ୍ତି। ଆଜି ଏହି ଚା’ ଉତ୍ତର ପ୍ରଦେଶ , ବିହାର, ରାଜସ୍ଥାନ, ଦିଲ୍ଲୀ ଭଳି ରାଜ୍ୟରେ ଅନେକ ବ୍ୟବହାର କରୁଛନ୍ତି।