ସ୍ତ୍ରୀଙ୍କୁ ନିଜ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ସ୍ବୀକାର କଲେ ଜଜ୍‌

ଓ୍ବାଶିଂଟନ,୧୩ା୮: ମଦ୍ୟପାନ କରି ଯୁକ୍ତିତର୍କ କରିବା ପରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା କାଲିଫର୍ନିଆ କୋର୍ଟର ଜଜ୍‌ ସ୍ବୀକାର କରିଛନ୍ତି। ଶୁକ୍ରବାର ଦକ୍ଷିଣ କାଲିଫର୍ନିଆର ଜଣେ ଜଜ୍‌ଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରାଯାଇଥିଲା। ଯିଏ କି ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଗତ ୪ ତାରିଖରେ କାଲିଫର୍ନିଆ ଆନାହିମର ୮୫୦୦ବ୍ଲକ ଇ କ୍ୟାନନ ଭିସ୍ତାରେ ରହୁଥିବା ଜେଫ୍ରି ଫର୍ଗୁସନ ବନ୍ଧୁକ ବାହାର କରି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ତାଙ୍କ ଘରୁ ୪୭ଟି ଅସ୍ତ୍ର ଜବତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଗତ ସପ୍ତାହରେ ଅରେଞ୍ଜ କାଉଣ୍ଟି ସୁପ୍ରିମକୋର୍ଟର ଜଜ୍‌ ଜେଫ୍ରି ଫର୍ଗୁସନ୍‌ଙ୍କ ପୁଅ ୯୧୧କୁ ଫୋନ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଯାହା ତାଙ୍କ ମାତା ଶେରିଲ ଫର୍ଗୁସନଙ୍କୁ ଆନାହିମ ହିଲ୍ସର ଘରେ ଗୁଳି କରି ହତ୍ୟା କରିଥିଲେ ବୋଲି ଜିଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି।

ଓକିଲମାନେ କହିଛନ୍ତି ଯେ, ଜଜ୍‌ ନିଜେ ତାଙ୍କ ଅପରାଧ ସ୍ବୀକାର କରିବା ପାଇଁ କୋର୍ଟର କିରାଣି ତଥା ଜାମିନଦାରଙ୍କୁ ମେସେଜ କରି କହିଥିଲେ। ଅରେଞ୍ଜ କାଉଣ୍ଟି ସୁପ୍ରିମକୋର୍ଟର ୭୨ ବର୍ଷୀୟ ଜେଫ୍ରି ଫର୍ଗୁସନ ତାଙ୍କ ସ୍ତ୍ରୀ ଶେରିଲଙ୍କୁ ଅଗଷ୍ଟ ୩ରେ ଆନାହିମ ହିଲ୍‌ରେ ଥିବା ଘରେ ଛାତିକୁ ଗୁଳି ଚଳାଇଥିଲେ।
ଓକିଲ ସଂଘର କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ, ଏହି ଦମ୍ପତି ସେହି ରାତିରେ ଏକ ରେଷ୍ଟୁରାଣ୍ଟରେ ଯୁକ୍ତିତର୍କ କରିଥିଲେ ଏବଂ ଘରେ ଝଗଡ଼ା କରିଥିଲେ। ଶେରିଲ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରି କହିଲେ, ତୁମ ପ୍ରକୃତ ବନ୍ଧୁକ କାହିଁ ଦେଖାଇଲ ମୋତେ। ଏହି ସମୟରେ ଜଜ୍‌ ତାଙ୍କ ବନ୍ଧୁକ ବାହାର କରି ସ୍ତ୍ରୀଙ୍କ ଛାତିକୁ ଗୁଳି କରିଥିଲେ।

ଏହି ଗୁଳିଚାଳନାର ଏକମାତ୍ର ସାକ୍ଷୀ ତାଙ୍କ ପୁଅ ୯୧୧କୁ ଫୋନ କରି ଜଣାଇଥିଲେ ଯେ, ତାଙ୍କ ପିତା ଅତ୍ୟଧିକ ମଦ୍ୟପାନ କରି ମା’ଙ୍କୁ ଗୁଳି କରିଦେଇଛନ୍ତି। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

Share