Categories: ଜାତୀୟ

ଦେଶଦ୍ରୋହ ଆଇନକୁ ନ୍ୟାୟିକ କମିଶନଙ୍କ ସମର୍ଥନ

ନୂଆଦିଲ୍ଲୀ, ୩ା୬: ଦେଶଦ୍ରୋହ ଉପରେ ଉପନିବେଶୀୟ ଆଇନକୁ ବଜାୟ ରଖିବା ଲାଗି ଭାରତର ନ୍ୟାୟିକ କମିଶନ ସୁପାରିସ କରିଛନ୍ତି। ଦେଶର ଏକତା, ସଂହତିର ସୁରକ୍ଷା ପାଇଁ ଏହି ଆଇନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନ୍ୟାୟିକ କମିଶନ କହିଛନ୍ତି। ଆତଙ୍କବାଦ ମାମଲାଗୁଡ଼ିକର ବିଚାର ପାଇଁ ଯଦିଓ କେନ୍ଦ୍ର ଓ ରାଜ୍ୟ ଆଇନ ରହିଛି, ଭାରତର ଏକତା ଓ ସଂହତିର ସୁରକ୍ଷା ପାଇଁ ଆଇପିସିର ଧାରା ୧୨୪ଏ ଏକ ପାରମ୍ପରିକ ଦଣ୍ଡ ବ୍ୟବସ୍ଥା ଭାବେ କାର୍ଯ୍ୟ କରିଥାଏ। ଦେଶକୁ ଭାଗ ଭାଗ କରିବା ପ୍ରବୃତ୍ତିକୁ ତୁରନ୍ତ ଓ ପ୍ରଭାବଶାଳୀ ଭାବେ ଦମନ କରିବା ପାଇଁ ଏହି ଆଇନ ତ୍ୱରିତ୍‌ ଜାତୀୟ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। ଉକ୍ତ ଆଇନରେ ସଂଶୋଧନ କରି ଏହାକୁ ଅଧିକ ସ୍ପଷ୍ଟ କରାଯିବା ସହ ଜେଲଦଣ୍ଡ ବ୍ୟବସ୍ଥାକୁ ୩ରୁ ୭ ବର୍ଷକୁ ବୃଦ୍ଧି କରିବାକୁ କମିଶନ ପ୍ରସ୍ତାବ ଦେଇଛନ୍ତି।

Share