କାର୍ଯ୍ୟରେ ଅବହେଳା କରିବା ପଡିଲା ମହଙ୍ଗା

ଆନନ୍ଦପୁର,୩୧।୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କାର୍ଯ୍ୟରତ ଜଣେ କନିଷ୍ଠ ସହକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେ ହେଲେ କମଳାକାନ୍ତ ଦିକ୍ଷୀତ। କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡିଛି। ପରବତ୍ତର୍ର୍ୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ସସ୍‌ପେଣ୍ଡ କନିଷ୍ଠ ସହକାରୀ କେନ୍ଦୁଝର ଜିଲା ପିଡି ଡୁଡାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ନିୟମିତ ଉପସ୍ଥିତ ରହିବାକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।