ଗଞ୍ଜାମ,୧୬।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହୁମା ହାଟରୁ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ଏ ନେଇ ନାବାଳିକାଙ୍କ ମା’-ବାପା ରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରମ୍ଭା ପୋଲିସ ଖୋଜାଖୋଜି କରିବା ପରେ ସେହି ଦିନ ହିଁ ହୁମା ଅଞ୍ଚଳରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କ ମା’-ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ରମ୍ଭା ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି। ସେ ଅପହରଣ ନ ହୋଇ ଭୁଲରେ ବାଟବଣା ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।