ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧ା୪(ବ୍ୟୁରୋ): ଉତ୍କଳ ଦିବସରେ ଖରିଫ ୨୦୨୩ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି। ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୭୭ କୋଟି ଟଙ୍କାର ‘କାଳିଆ’ ସହାୟତା ଯାଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଅଞ୍ଚଳର କୃଷକଭାଇମାନେ ଏହି ସହାୟତା ରାଶି ପାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଚାଷୀ ଭାଇମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇବା ସହ  ଚାଷୀଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡ଼ି ହୋଇରହିଛି। ତେଣୁ ଆଜିର ଏହି ପବିତ୍ର ଦିନରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଆର୍ଥିକ ବର୍ଷ ଆରମ୍ଭ କଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share