ପୁଣି ଅଡ଼ୁଆରେ କପିଲଙ୍କ ଶୋ’; କୋର୍ଟର ଅବମାନନା କରିବାକୁ ନେଇ…

ବମ୍ବେ: ପୁଣି ଅଡ଼ୁଆରେ କମେଡିଆନ୍‌ କପିଲ ଶର୍ମାଙ୍କ ‘ଦ କପିଲ ଶର୍ମାଙ୍କ ଶୋ’। ମଧ୍ୟପ୍ରଦେଶର ଶିବପୁରୀର ଜିଲା କୋର୍ଟରେ ଶୋ’ ବିରୋଧରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି। କୋର୍ଟ ରୁମ୍‌ର ଦୃଶ୍ୟ ଦେଖାଯାଉଥିବା ବେଳେ କଳାକାରମାନେ ମଦ୍ୟପାନ କରୁଥିବା ଶୋ’ରେ ଦେଖାଯାଇଥିଲା। ଏହା କୋର୍ଟର ଅପମାନ ବୋଲି ଅଭିଯୋଗକାରୀ କହିଛନ୍ତି।

ଅଭିଯୋଗରେ କୁହାଯାଇଛି, କପିଲ ଶର୍ମାଙ୍କ ଶୋ’ ଏକ ଖରାପ ଶୋ’। ଏଥିରେ ମହିଳାମାନଙ୍କ ଉପରେ କଟୁ ମନ୍ତବ୍ୟ ଦିଆଯାଇଥାଏ। ଏକ ଏପିସୋଡରେ ମଞ୍ଚ ଉପରେ କୋର୍ଟ ପରି ସେଟ୍‌ କରାଯାଇଥିଲା। ସେଥିରେ ଅଭିନେତାମାନେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଏହା କୋର୍ଟର ଅବମାନନା। କୋର୍ଟରେ ଦୋଷୀମାନଙ୍କ ବିରୋଧରେ ଧାରା(୩୫୬/୩) ଅନୁଯାୟୀ ଏଫ୍‌ଆଇଆର୍‌ ପଞ୍ଜିକରଣ କରିବାକୁ ଦାବି କରାଯାଇଛି। ଏପରି ପ୍ରଦର୍ଶନକୁ ବନ୍ଦ କରିବା ଉଚିତ ବୋଲି କୁହାଯାଇଛି।

କହିରଖୁଛୁ, କପିଲ ଶୋ’କୁ ନିଜେ ହୋଷ୍ଟ କରୁଥିବା ବେଳେ ସୁମୋନା ଚକ୍ରବର୍ତ୍ତୀ, ଭାରତୀ ସିଂହ, କୃଷ୍ଣା ଅଭିଷେକ, ସୁଦେଶ ଲେହରୀ ଏବଂ ଅନ୍ୟ କଳାକାରମାନେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥାନ୍ତି।

Share