ବନ୍ଦ ହେବ କି କପିଲ ଶର୍ମା ଶୋ’

ହାସ୍ୟ ଅଭିନେତା କପିଲ ଶର୍ମା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର କାଷ୍ଟକୁ ପ୍ରମୋଶନ ପାଇଁ ଆମନ୍ତ୍ରଣ ନ କରିବାରୁ କପିଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବଏକଟ୍‌ କପିଲ ଶର୍ମା ଶୋ’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ତେବେ ଏହି ବିବାଦ ମଧ୍ୟରେ କପିଲଙ୍କ ଶୋ’ ମଧ୍ୟ ଖୁବ ଶୀଘ୍ର ବନ୍ଦ ହେବ ବୋଲି କୁହାଯାଉଛି।
ପ୍ରତି ସପ୍ତାହରେ କପିଲ ଶର୍ମା ଶୋ’କୁ ଜଣାଶୁଣା ତାରକାମାନେ ଶୋ’ରେ ଅତିଥି ଭାବରେ ଆସି ଦର୍ଶକଙ୍କ ବହୁତ ମନୋରଞ୍ଜନ କରନ୍ତି। କପିଲ ନିକଟରେ ଏକ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କପିଲ ଆମେରିକା-କାନାଡା ଗସ୍ତ ବିଷୟରେ କହିଛନ୍ତି। କପିଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ୨୦୨୨ରେ ଆମେରିକା-କାନାଡା ଗସ୍ତ ବିଷୟରେ ଘୋଷଣା କରି ବହୁତ ଖୁସି ଅନୁଭବ କରୁଛି। ତୁମମାନଙ୍କ ସହ ଖବ୍‌ଶୀଘ୍ର ଭେଟ ହେବ। ଏହି ଗସ୍ତ ୧୧ ଜୁନରୁ ୩ ଜୁଲାଇ ପର୍ଯ୍ୟନ୍ତ ଚାଲିବ। କପିଲ ଶର୍ମାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ କଳ୍ପନା କରିବା ଆରମ୍ଭ କରିଦେଇଥିଲେ ଯେ ଏବେ ଶୋ’ କିଛି ସମୟ ପାଇଁ ବନ୍ଦ ହୋଇଯିବ। ପରେ ପୁଣି ନୂଆ ରୂପରେ ଶୋ’ ଆସିବ ବୋଲି କୁହାଯାଉଛି।

Share