Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
ଜେନେଲିଆଙ୍କ ସ୍ବାମୀ କହିବାରୁ ରାଗିଯାଇଥିଲେ ରିତେଶ ଦେଶମୁଖ - Dharitri

ଜେନେଲିଆଙ୍କ ସ୍ବାମୀ କହିବାରୁ ରାଗିଯାଇଥିଲେ ରିତେଶ ଦେଶମୁଖ

ଟେଲିଭଜନର ଚର୍ଚ୍ଚିତ କମେଡି ଶୋ’ ‘ଦ କପିଲ୍‌ ଶର୍ମା ଶୋ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିମାନେ ମଧ୍ୟ ନିଜ ଜୀବନର ମଜାଳିଆ ସ୍ମୁତିକୁ ଦର୍ଶକଙ୍କ ସହ ବାଣ୍ଟିଥାନ୍ତି। ନିକଟରେ ଏହି ଶୋ’ରେ ଭାଗ ନେଇଥିବା ଅଭିନେତା ରିତେଶ ଦେଶମୁଖ ସେମିତି ଏକ ମଜାଳିଆ ସ୍କୃତିକୁ ମନେ ପକାଇ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି। ଏହି ଶୋ’କୁ ସ୍ତ୍ରୀ ଜେନେଲିଆଙ୍କ ସହ ପହଞ୍ଚିଥିବା ରିତେଶ କହିଥିଲେ ଥରେ ବେଙ୍ଗାଲୁରୁରେ ସେଲିବ୍ରିଟି କ୍ରିକେଟ୍‌ ଲିଗ୍‌ ଖେଲୁଥିବାବେଳେ ଦୁଇ ବ୍ୟକ୍ତି କଥା ହେଉଥିଲେ ଇଏ ଆମ ଜେନେଲିଆଙ୍କ ସ୍ବାମୀ। ଏହାଶୁଣି ରିତେଶଙ୍କ ସ୍ବାଭିମାନ୍‌ ଆଞ୍ଚ୍‌ ଆସିଥିଲା। ସେ ରାଗିଯାଇ କହିଥିଲେ ଏଠାରେ ମୁଁ ଜେନେଲିଆଙ୍କ ସ୍ବାମୀ ମହାରାଷ୍ଟ୍ରରେ ରିତେଶ ଭାଇ। ଲୋକମାନେ କହିଥିଲେ ଜେନେଲିଆଙ୍କ ସ୍ବାମୀ କେରଳ, ତାମିଲନାଡୁ, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶରେ ତୁମେ ଜେନେଲିଆଙ୍କ ସ୍ବାମୀ ଭାବେ ପରିଚିତ ବୋଲି କହିଥିଲେ। ରିତେଶଙ୍କ ଏହି କଥା ଶୁଣି ପାଖରେ ଉସ୍ଥିତ ଜେନେଲିଆ ଏବଂ କପିଲ ଶର୍ମା ହସି ହସି ଗଡିଥିଲେ।

Share