ଟ୍ରମ୍ପଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ମୁମ୍ବାଇ: ‘କେଜିଏଫ-୨’ରେ ଅଧିରାଙ୍କ ଚରିତ୍ର ହେଉ କିମ୍ବା ‘ଅଗ୍ନିପଥରେ’ କାଞ୍ଚା ଚୀନାଙ୍କ ଭୂମିକା ହେଉ ଅଭିନେତା ସଞ୍ଜୟ ଦତ୍ତ ସବୁବେଳେ ନିଜର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ସିନେମାରେ ନିଜର ନୂଆ ଇନିଂସ ଖେଳୁଥିବା ସଞ୍ଜୟ ଦତ୍ତଙ୍କ ବିଭିନ୍ନ ଚରିତ୍ର ଏବଂ ତାଙ୍କ ଦ୍ୱାରା ମନୋନୀତ ହୋଇଥିବା ସ୍କ୍ରିପ୍ଟକୁ ଦର୍ଶକମାନେ ବେଶ୍‌ ପସନ୍ଦ କରୁଛନ୍ତି। ତଥାପି ଏଭଳି ଏକ ଚରିତ୍ର ଅଛି ଯାହାକୁ ସଞ୍ଜୟ କରିବାକୁ ବହୁ ଇଚ୍ଛୁକ ଅଛନ୍ତି। ହେଲେ ଏପର୍ଯ୍ୟନ୍ତ ସେ ଏପରି କରିବାର ସୁଯୋଗ ପାଇନାହାଁନ୍ତି। ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’ରେ କିଛି ଏଭଳି କହିଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ। ସୂଚନାଯୋଗ୍ୟ, ନିକଟରେ ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ କୃତି ସେନନ୍‌ ନିଜର ଏକ ଫିଲ୍ମ ‘ପାନିପତ’ର ପ୍ରମୋଶନ ପାଇଁ ‘ଦ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପଚରାଯାଇଥିଲା ଯେ, ସେ କେଉଁ ବ୍ୟକ୍ତିଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି। ଏହାର ଉତ୍ତରରେ ସେ ଏକ ମଜାଳିଆ ଉତ୍ତର ଦେଇଥିଲେ। ସେ କହିଥିଲେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର। ସେ ଜଣେ ଭଲ ମଣିଷ। ମନକୁ ଯାହା ଆସିଥାଏ ସେ କିଛି ବି କହିଦିଅନ୍ତି। ସଞ୍ଜୟଙ୍କ ଏହି ଉତ୍ତର ଯୋଗୁ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share