ବନ୍ଦ ହେବ କପିଲ ଶର୍ମା ଶୋ’!

ମୁମ୍ବାଇ: ନିଜ କମେଡି ଜରିଆରେ ଦର୍ଶକଙ୍କ ଦିଲରେ ରାଜ କରୁଥିବା ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ଅଫ ହେବାକୁ ଯାଉଛି। କପିଲ ଶର୍ମାଙ୍କ ଶୋ’ ଆରମ୍ଭ ହେବା ଦିନରୁ ଏଥିରେ କିଛି ସମୟର ସିଜନାଲ ବ୍ରେକ ହୋଇଥାଏ। ଏହାରି ଭିତରେ ଏବେ ଏହି ସିଜନରେ ବି ସେ କିଛି ସମୟର ବ୍ରେକ ନେବାକୁ ଯାଉଛନ୍ତି। ଏହା ଟେମ୍ପରାରୀ ବ୍ରେକ। ଏହି ସମୟରେ କମେଡିଆନ ତାଙ୍କ ଫ୍ୟାମିଲି ସହ ସମୟ କାଟିବେ ଓ ଶୋ’ର ମେକର୍ସ ଶୋ’ରେ କିଛି ଆଡ କରିବା ଅବା ପରିବର୍ତ୍ତନ କରିବାକୁ ସମୟ ପାଇଯିବେ।
ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁଯାୟୀ, ଏହାର ଲାଷ୍ଟ ଏପିସୋଡ ଜୁନରେ ଟେଲିକାଷ୍ଟ ହେବ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବ୍ରେକ ନେବା ପରେ ଶୋ’ ପାଇଁ କାମ କରିବୁ, କଳାକାର ଓ କଣ୍ଟେଣ୍ଟକୁ ବଦଳାଇବାର ମୌକା ମିଳିବ। କମେଡି କରିବା କାଠିକର ପାଠ ତେଣୁ ଏକ୍ସପର୍ଟଙ୍କୁ ବ୍ରେକର ଆବଶ୍ୟକତା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, କପିଲ ଶର୍ମା କିଛି ଇଣ୍ଟରନ୍ୟାଶନାଲ ଟୁରରେ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବି ତାଙ୍କୁ ବ୍ରେକ ଦରକାର। ଏହାସହ ଟିମ କିଛି ଏପିସୋଡ ପୂର୍ବରୁ ଶୁଟ କରି ରଖିବେ ଫଳରେ ଏହାର ପ୍ରଶଂସକ ଯେମିତି ଶୋ’କୁ ଅଧିକ ମିସ ନ କରନ୍ତି। ହେଲେ ଏହି ବ୍ରେକ କେତେଦିନର ତାହା ଏବେ ପର୍ଯ୍ୟନ୍ତ ଫିକ୍ସ ହୋଇନାହିଁ।

Share