Posted inଜାତୀୟ

ମୋଦିଙ୍କ ମୌସୁରୁ ଗସ୍ତରେ ଖର୍ଚ୍ଚ ୮୦ ଲକ୍ଷ ଟଙ୍କା ଭରଣା କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୮।୫: କର୍ନାଟକ ବନ ବିଭାଗ ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ୮୦ ଲକ୍ଷ ଟଙ୍କା ଫେରସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଏପ୍ରିଲରେ ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ମୌସୁରୁ ଆସିଥିଲେ।

ସେହି ସମୟରେ କର୍ନାଟକରେ ବିଧାନସଭା ନିର୍ବାଚନ ହେତୁ ମଡେଲ ଆଚରଣ ସଂହିତା କାର୍ଯ୍ୟକାରୀ ଥିବାରୁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ (ପ୍ରୋଜେକ୍ଟ ଟାଇଗର) ଯୋଜନାରେ ଜଡିତ ନଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଏକ କେନ୍ଦ୍ର ସରକାରୀ କାର୍ଯ୍ୟକ୍ରମ ଥିଲା। କେନ୍ଦ୍ର ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିଲା ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିବୃତ୍ତିରେ କହିଛି ଯେ ପ୍ରଧାନମନ୍ତ୍ରୀ ଆସିବା ପରେ ତାଙ୍କୁ ହୋଷ୍ଟ କରାଯାଏ। ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୌସୁରୁ-ବାନ୍ଦିପୁର ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବେଟିଂ ଆପ୍ ପ୍ରମୋସନ କରୁଛନ୍ତି ଭାରତୀୟ ସେଲିବ୍ରେଟି

ନୂଆଦିଲ୍ଲୀ,୧୮ା୧୨: ଭାରତରେ ଚାଲିଛି ପାକିସ୍ତାନୀ ବେଟିଂ ଆପ୍ ମାଲିକଙ୍କ ରାଜୁତି। ଟଙ୍କା ଦେଇ ଭାରତୀୟ ସେଲିବ୍ରେଟିଙ୍କୁ ବନାଇଛନ୍ତି ମୋହରା। ସାମାଜିକ ଗଣାମଧ୍ୟରେ ଚାଲିଛି ଜୋରଦାର ପ୍ରଚାର।...

‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଜେପିସି କମିଟି ଗଠନ: ଓଡିଶାରୁ ସମ୍ବିତ, ଭର୍ତ୍ତୃହରି

ନୂଆଦିଲ୍ଲୀ,୧୮ା୧୨: ଏକ ଦେଶ, ଏଲ ନିର୍ବାଚନ ପାଇଁ ମିଳିତ ସଂସଦ କମିଟି (ଜେପିସି) ଗଠନ କରାଯାଇଛି। ଅନୁରାଗ ଠାକୁର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପରି ସାଂସଦଙ୍କ...

ଗୋଟିଏ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଖାର୍ଗେ, ରାହୁଲ: ନେଇଗଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୮ା୧୨: ଭାରତର ପରବର୍ତ୍ତୀ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ନିଯୁକ୍ତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ବୈଠକ ବୁଧବାର...

ମୁମ୍ବାଇରେ ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ

ମୁମ୍ବାଇ,୧୮ା୧୨: ବୁଧବାର ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ହାତୀ ଦ୍ୱୀପ ଆଡକୁ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣା ପରେ ବୁଡ଼ି...

ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିଲେ ମହିଳା, ମୃତଦେହ ଭାବି ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ, ତା’ ପରେ ଯାହା ଘଟିଲା…

ପାଟନା,୧୮।୧୨: ବିହାରର ଅରରିଆରେ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରେଳ ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିବା ବେଳେ ରେଳ ବିଭାଗର ସଫେଇ...

ବାବା ସାହେବ ଆମ୍ବେଦକର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ? ହିନ୍ଦୁରୁ ହୋଇଥିଲେ…

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ଏବଂ ରାଜ୍ୟ ସଭାରେ ସମ୍ବିଧାନ ଉପରେ ଜୋରଦାର ବିତର୍କ ଚାଲିଥିଲା। ଗୃହମନ୍ତ୍ରୀ ଅମିତ ଶାହଶଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା...

ମୁମ୍ବାଇ ଉପକୂଳରେ ବୁଡ଼ିଲା ବୋଟ୍: ୪୦ ନିଖୋଜ

ମୁମ୍ବାଇ,୧୮ା୧୨: ପ୍ରାୟ ୫୬ ଜଣଙ୍କୁ ନେଇ ଯାଉଥିବା ଏକ ବୋଟ୍ ମୁମ୍ବାଇର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’ ନିକଟରେ ବୁଡ଼ିଯାଇଛି। ଏଥିରେ ଜଣେ ମୃତ୍ୟୁ ବରଣ...

‘ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ଚାହୁଁ ନ ଥିଲା କଂଗ୍ରେସ’

ନୂଆଦିଲ୍ଲୀ,୧୮ା୧୨: କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କଂଗ୍ରେସକୁ ସମ୍ବିଧାନ ବିରୋଧୀ, ଆମ୍ବେଦକର ବିରୋଧୀ କହିଛନ୍ତି ଶାହା। ନେହରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri