ଶୁଟିଂ ସେଟ୍‌ରେ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ

ମୁମ୍ବାଇ: ୧୭।୧: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହ୍ରେୀଙ୍କ ସ୍ତ୍ରୀ ପଲ୍ଲବୀ ଯୋଶୀ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୁଟିଂ ସେଟ୍‌ରେ ଏକ କାର୍‌ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଛି। ଏଥିରେ ସେ ଆହତ ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ତାଙ୍କ ସ୍ବାମୀ ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଅଭିନେତ୍ରୀଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭ୍ୟାକସିନ ଓ୍ବାର୍‌’ର ଶୁଟିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Share