୧୦୦ କୋଟି ଅତିକ୍ରମ କରିବ ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଜମୁଛି। ୭ ଦିନରେ ବକ୍ସ ଅଫିସରେ ମୋଟ୍‌ ୯୭.୩୦ କୋଟି ଆୟ କରିଥିବା ଜଣାପଡିଛି। ତେବେ ଗୋଟିଏ ସପ୍ତାହ ପୂରଣ କରିବା ପୂର୍ବରୁ ଫିଲ୍ମଟି ୧୦୦ କୋଟି ଅତିକ୍ରମ କରିବାକୁ ଯାଉଛି। ଏହି ଫିଲ୍ମଟି କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ପଳାୟନ ଉପରେ ଆଧାରିତ। କଶ୍ମୀର ପଣ୍ଡିତମାନଙ୍କୁ ନିଜ ଅଞ୍ଚଳରୁ ବିତାଡ଼ିତ କରିବାର କାହାଣୀ ଏହି ଫିଲ୍ମ ଜରିଆରେ ଚିତ୍ରଣ କରାଯାଇଛି। ଫିଲ୍ମରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ଦର୍ଶକେ ଖୁବ ପ୍ରଶଂସା କରୁଛନ୍ତି। ଏଥିରେ ପଲ୍ଲବୀ ଯୋଶୀ, ଦର୍ଶନ କୁମାର, ଚିନ୍ମୟ ମଣ୍ଡଲେକର, ପୁନିତ ଇସର ପରି ବରିଷ୍ଠ କଳାକାର ପ୍ରଶଂସନୀୟ ଅଭିନୟ କରିଛନ୍ତି।

Share