୯ ଦିନରେ ୧୪୧ କୋଟି

ବମ୍ବେ: ମାର୍ଚ୍ଚ ୧୧ରେ ପରଦାକୁ ଆସିଥିଲା ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ରିଲିଜର ସାତ ଦିନରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ଏହା ୯ ଦିନରେ ବ୍ୟବସାୟ କରିଛି ୧୪୧.୨୫ କୋଟି। ଖୁବ୍‌ଶୀଘ୍ର ଏହା ୧୫୦ କୋଟି ବ୍ୟବସାୟର ରେକର୍ଡ କରିବ ବୋଲି ଆଶା କରାଯାଉଛି।

୧୯୯୦ରେ କଶ୍ମୀରରେ ନିର୍ଯାତନାର ଶିକାର ହୋଇଥିବା ହିନ୍ଦୁମାନଙ୍କ ଉପରେ ପର୍ଯ୍ୟବଶିତ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। କାହାଣୀର ପୃଷ୍ଟଭୂମିକୁ ନେଇ ଫିଲ୍ମଟି ପ୍ରଥମେ ବିବାଦ ଭିତରକୁ ଆସିଥିଲା। ହେଲେ ପରେ ଏହାକୁ ରିଲିଜ କରାଯାଇଥିଲା। ଏଥିରେ ପ୍ରମୁଖ ଭୂମିକାରେ ଅନୁପମ ଖେର, ଦର୍ଶନ କୁମାର, ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲବୀ ଜୋଶୀ ପ୍ରମୁଖ ନଜର ଆସୁଛନ୍ତି।

Share