‘ଦ କଶ୍ମୀର ଫାଇଲ୍ସ’: ୭୦୦ରୁ ଅଧିକ ପୀଡ଼ିତ ପରିବାରଙ୍କ କାହାଣୀ..

ମୁମ୍ବାଇ,୧୦।୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଫିଲ୍ମ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ପଛର କାରଣ ହେଉଛି ଚଳଚ୍ଚିତ୍ରର ବିଷୟବସ୍ତୁ। ଏହି ଚଳଚ୍ଚିତ୍ରଟି କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ନିର୍ମିତ। ଏହି ଚଳଚ୍ଚିତ୍ରରେ ୧୯୯୦ରେ କଶ୍ମୀରର ହିଂସା ତଥା ଚାଲିଥିବା ବିବାଦକୁ ଦେଖାଇବାକୁ ଏକ ପ୍ରୟାସ କରାଯାଇଛି। ଫିଲ୍ମରେ ଏକ ଭିନ୍ନ ରୂପରେ ପଲ୍ଲବି ଯୋଶୀଙ୍କୁ ଦେଖିବାକୁ ମିଳିବ।

୭୦୦ ରୁ ଅଧିକ ପୀଡିତଙ୍କ ପରିବାର ସହିତ ଫିଲ୍ମରେ କଥାବାର୍ତ୍ତା କରାଯାଇଛି। ତାଙ୍କୁ କିପରି ବିସ୍ଥାପିତ ହେବାକୁ ପଡିଲା ଏବଂ ସେମାନେ କିଭଳି ଯନ୍ତ୍ରଣା ସହ ଜୀବନ ବିତାଉଛନ୍ତି ତାହା ଫିଲ୍ମରେ ରହିଛି। ଫିଲ୍ମଟି ମାର୍ଚ୍ଚ ୧୧ ରେ ରିଲିଜ ହେଉଛି।

Share