ଯାଜପୁରରୁ ବନ୍ଧାହେଲେ  କଶ୍ମୀର ଆତଙ୍କବାଦୀ, ୫ ବର୍ଷ ଧରି ଲୁଚିରହିଥିଲେ

ଭୁବନେଶ୍ୱର,୧୬।୧୨: ଯାଜପୁର ଜିଲା ଧର୍ମଶାଳାର ନେଉଳପୁରରୁ ଇଶାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି  । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌  ଘଟଣାରେ ଅଧିକ  ତଦନ୍ତ ଚଲାଇଛି  ।
ସୂଚନାଯୋଗ୍ୟ, ଇଶାନଙ୍କ ନାଁରେ ଜମ୍ମୁ-କଶ୍ମୀରରେ ଜାମିନ ବିହୀନ ପରୱାନା ରହିଛି । ଦୀର୍ଘ ଦିନ ଧରି ଏନ୍‌ଆଇଏ ଇଶାନଙ୍କୁ ଖୋଜୁଥିଲେ। ଶେଷରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସ୍‌ଟି ସହିତ ଯୋଗାଯୋଗ କରି ନେଉଳପୁରରୁ ଇଶାନଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ନକଲୀ ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ଜବତ ହୋଇଛି । ୨୦୧୮ରୁ ଓଡ଼ିଶାରେ ରହିଆସୁଥିଲେ ଇଶାନ ।
Share