କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ବନ୍ଧରୁ ଅତଡ଼ା ଖସିଲା

ଡେରାବିଶ,୨୦ା୧(ସ୍ବ.ପ୍ର.):ଖରିଫ ଧାନ ଫସଲ ଅମଳ ପରେ କେନାଲ ଉପରେ ନିର୍ଭରଶୀଳ ଚାଷୀମାନେ ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରବି ଫସଲ ଚାଷ କରିଥାନ୍ତି। ପ୍ରତ୍ୟେକ ବର୍ଷ ଜାନୁୟାରୀ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଚାଷ ଜମିକୁ ପାଇଁ କେନାଲରେ ପାଣି ଛଡ଼ାଯାଇଥାଏ। ମାତ୍ର ଚଳିତ ବର୍ଷ କେନାଲରେ ପାଣି ଛାଡ଼ିବା ନେଇ ବିଳମ୍ବ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ତେବେ ଗୁରୁବାର କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଆବଶ୍ୟକତାଠାରୁ ଅଧିକ ପାଣି ଛଡାଯାଇଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଯଅଁରାବାରିମୂଳ ପଞ୍ଚାୟତ ଅର୍ତ୍ତାମୂଳ ଗଁା ନିକଟରେ କେନାଲ ବନ୍ଧରୁ ୧୫ ଫୁଟର ଅତଡା ଖସିଛି। ଦୀର୍ଘବର୍ଷ ହେଲା ଦୁର୍ବଳ ନଦୀବନ୍ଧ ମରାମତି ହୋଇ ନ ଥିବାରୁ ଅର୍ତ୍ତାମୂଳ ଗଁା ନିକଟରେ ବନ୍ଧ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିଲା। ତେବେ ଗୁରୁବାର ମୁଖ୍ୟ କେନାଲ୍‌ରେ ଅଧିକ ପାଣି ଆସିବା ଫଳରେ ଏହି ଗାଁ ପ୍ରତି ବିପଦ ଦେଖା ଦେଇଛି।
କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ମୁଖ୍ୟ କେନାଲରେ କିପରି ଏତେ ପାଣି ପ୍ରବାହିତ ହେଲା ତାହା ବିଭାଗର ଦାୟିତ୍ୱ ହୀନତାକୁ ପଦାରେ ପକାଇଛି। ଖବରପାଇ ପୁବଂଶ ଓ ଛତା ଜଳସମ୍ପଦ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ବନ୍ଧ ପ୍ରତି ଦେଖାଦେଇଥିବା ବିପଦକୁ କିପରି ଟଳାଯିବ ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ବହ୍ଲା ପୋତା ଯିବା ସହ ବାଲିବସ୍ତା ପକାଇବା କାର୍ଯ୍ୟ କରିଥିଲେ। ତେବେ ଏ ବିଷୟରେ କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା। ତେବେ ଏଭଳି ବିପଦ ପାଇଁ ପ୍ରସ୍ତୁତ ନ ଥିବା ଅର୍ତ୍ତାମୂଳ ସମେତ କେନାଲ ପାର୍ଶ୍ୱବର୍ତ୍ତୀ ଦାନପୁର ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ସନ୍ଧ୍ୟାରେ ଜଳସମ୍ପଦ ବିଭାଗର ଛତା ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କୁ ପଚାରିବାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ୨୦୦ କ୍ୟୁସେକ୍‌ ପାଣି ଛାଡ଼ିବା ପାଇଁ ଅଧୀକ୍ଷଣ ଯନ୍ତ୍ରୀ ସେଠୀ କଟକ ନର୍ଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ଏହି କେନାଲରେ ପାଣି ଛାଡ଼ିବା ପାଇଁ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କେନ୍ଦୁପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ବହୁ ଅଧିକ ପାଣି ଛାଡ଼ି ଦେବା ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ସନ୍ଧ୍ୟା ସୁଦ୍ଧା ଏହି କେନାଲର ଦାନପୁରଠାରେ ୭୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି। କେଉଁ ମୁହୂର୍ତ୍ତରେ ଦୁର୍ବଳ କେନାଲ ବନ୍ଧ ଭାଙ୍ଗିଯିବାର ଆଶଙ୍କା ରହିଥିବା ନେଇ ଦାନପୁରର ପୂର୍ବତନ ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା କହିଛନ୍ତି। ପଣ୍ଡା କହିଛନ୍ତି, ବିରି ଫସଲ କରିବାକୁ ଅପେକ୍ଷା କରିଥିବା ଚାଷୀଙ୍କୁ ବିଳମ୍ବରେ ପାଣି ଯୋଗାଇବା ପାଇଁ କଟକ ଓ କେନ୍ଦ୍ରାପଡ଼ାର ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟ ନ ରହିବା ଲୋକଙ୍କ ପାଇଁ ଏହା ବିପଦ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image