ଦୁଇ ଘଣ୍ଟା ବିଳମ୍ବରେ ଛାଡ଼ିଲା କେନ୍ଦୁଝର-ଭୁବନେଶ୍ୱର ଟ୍ରେନ୍‌

କେନ୍ଦୁଝର,୧୮।୧(ସ୍ବ.ପ୍ର.): କେନ୍ଦୁଝର-ଭୁବନେଶ୍ୱର ଟ୍ରେନ୍‌ ବୁଧବାର ୨ ଘଣ୍ଟା ବିଳମ୍ବରେ କେନ୍ଦୁଝରଗଡ଼ ଷ୍ଟେଶନରୁ ଛାଡ଼ିଛି। ଇଞ୍ଜିନରେ ସମସ୍ୟା ଦେଖାଦେବାରୁ ଏଭଳି ଘଟିଥିବା ଜଣାପଡ଼ିଛି। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଳମ୍ବକୁ ନେଇ ରେଳ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।