‘କଶ୍ମୀର ଫାଇଲ୍ସ’କୁ ପଛରେ ପକାଇ ବକ୍ସ ଅଫିସ୍‌ରେ ହିଟ୍‌ ହେଲା ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ଗତ ଶୁକ୍ରବାର ହଲ୍‌ରେ ରିଲିଜ ହୋଇଛି। ଟ୍ରେଲର ଏବଂ ଟିଜର୍‌ ଆସିବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା। ରିଲିଜ ପୂର୍ବରୁ କଂଗ୍ରେସ ସମେତ ଅନେକ ଦଳ ଏହାକୁ ବ୍ୟାନ ନେଇ ଦାବି କରି ଆସୁଥିଲେ। କିନ୍ତୁ ରିଲିଜ ପରେ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି।
ଟ୍ରେଡ ଆନାଲିଷ୍ଟ ତରୁଣ ଆଦର୍ଶ ଓପନିଂ ଡେ କଲେକ୍ସନ ତଥ୍ୟର ସୂଚନା ଦେଇଛନ୍ତି। ଫାଷ୍ଟ ଡେ ଶୋରେ ଫିଲ୍ମ ୮.୦୩ କୋଟି କଲେକ୍ସନ କରିଛି। ବଲିଉଡ୍‌ ହଙ୍ଗାମା ରିପୋର୍ଟ ମୁତାବିକ, କେବଳ ଆଇନକ୍ସ,ରାଷ୍ଟ୍ରୀୟ ଚେନ୍‌ ପିଭିଆର ଓ ସିନୋପୋଲିସରୁ ଫିଲ୍ମରେ ୪କୋଟି ଟଙ୍କା କଲେକ୍ସନ ହୋଇଛି।
ତେବେ ରେକର୍ଡ ଅନୁଯାୟୀ, ‘କଶ୍ମୀର ଫାଇଲ୍ସ’ ତୁଳନାରେ ‘ଦି କେରଲା ଷ୍ଟୋରି’ରୁ କଲେକ୍ସନ ଭଲ ହୋଇଛି। ଏବଂ ଦର୍ଶକ ଏହାକୁ ବହୁତ ମାତ୍ରାରେ ରେସପନ୍ସ ମଧ୍ୟ କରୁଛନ୍ତି। କଶ୍ମୀର ଫାଇଲ୍ସ ଫାଷ୍ଟ ଡେ ଶୋରେ ୩.୫୫ କଲେକ୍ସନ କରି ପାରିଥିଲା କିନ୍ତୁ ଦି କେରଲା ଷ୍ଟୋରି ୮.୦୩କୋଟି ଟଙ୍କା ରୋଜଗାର କରିପାରିଛି।

Share