‘କିସି କା ଭାଇ କିସି କି ଜାନ’କୁ ପଛରେ ପକାଇଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଜାରି ରହିଛି। ଏସବୁ ମଧ୍ୟରେ ଫିଲ୍ମଟି ବକ୍ସ ଅଫିସ ଧମାକାଦାର କଲେକ୍ସନ କରୁଛି। ପ୍ରଥମ ସପ୍ତାହରେ ‘ଦ କେରଲା ଷ୍ଟୋରି’ ସଲମାନ ଖାନଙ୍କ ମଲ୍ଟି ଷ୍ଟାରର ‘କିସି କା ଭାଇ କିସି କି ଜାନ’କୁ ପଛରେ ପକାଇଛି। ଏହି ସମୟରେ ଫିଲ୍ମଟି ଅଷ୍ଟମ ଦିନରେ ମଧ୍ୟ ବକ୍ସ ଅଫିସରେ ବହୁତ ରୋଜଗାର କରିଛି। ରିପୋର୍ଟ ଅନୁଯାୟୀ, ଅଷ୍ଟମ ଦିନରେ ୧୨.୫୦ କୋଟି ରୋଜଗାର କରି ମୋଟ ସଂଗ୍ରହକୁ ୯୩.୮୬ରେ ପହଞ୍ଚିଛି। ତେବେ ସଲମାନ ଖାନଙ୍କ ଫିଲ୍ମ ପ୍ରଥମ ସପ୍ତାହରେ ୯୦ କୋଟି ରୋଜଗାର କରିଥିଲା, ଅଷ୍ଟମ ଦିନରେ ଫିଲ୍ମ ୨.୩୫ କୋଟି ରୋଜଗାର କରିଥିଲା।

Share