ସୁପ୍ରିମକୋର୍ଟ ପହଞ୍ଚିଲା ମୁଭି ‘ଦ କେରଲା ଷ୍ଟୋରି’ ବିବାଦ, ୧୫ ମେ’ରେ ଶୁଣାଣି

ନୂଆଦିଲ୍ଲୀ,୯।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ଉପରେ ରୋକ ଲଗାଇବାକୁ କେରଳ ହାଇକୋର୍ଟ ମନା କରିବା ପରେ ଆବେଦନକାରୀ ସୁପ୍ରିମକୋର୍ଟ ଅପହଞ୍ଚିଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଏହାର ଶୁଣାଣି ଖୁବଶୀଘ୍ର କରିବାକୁ ଅନୁରୋଧ କରିଛନ୍ତି। ତେବେ ୧୫ ମେ’ରେ ଶୁଣାଣି ହେବ ବୋଲି ଚିଫ ଜଷ୍ଟିସ କହିଛନ୍ତି।

ସୂଚନାଯୋଗ୍ୟ, କେରଳ ହାଇକୋର୍ଟ ମେ’ ୫ରେ ଫିଲ୍ମ ‘ଦ କେରଲା ଷ୍ଟୋରି’ର ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। କୋର୍ଟ ଆହୁରି ମଧ୍ୟ କହିଥିଲେ କି ଫିଲ୍ମର ଟ୍ରେଲରରେ କୌଣସି ବିଶେଷ ସମ୍ପ୍ରଦାୟ ବିରୋଧରେ କିଛି ଆପତ୍ତିଜନକ ନାହିଁ। କୋର୍ଟ ଏହି ରାୟ ଦେବା ପୂର୍ବରୁ ଫିଲ୍ମର ଟ୍ରେଲର ଦେଖିଥିଲେ। କୋର୍ଟ ରାୟ ଦେବା ସମୟରେ କହିଥିଲେ, ଏହି ମୁଭିରେ ଇସଲାମ ଓ ମୁସଲମାନଙ୍କ ବିରୋଧରେ କିଛି ବି ନାହିଁ।

Share