ୟୁପିରେ ଟିକସମୁକ୍ତ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବେ ‘ଦ କେରଲା ଷ୍ଟୋରି’ର ଟିମ୍‌

ଲକ୍ଷ୍ନୌ, ୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। କେତେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ସମର୍ଥନ ମିଳିଛି। ତେବେ ମଧ୍ୟପ୍ରଦେଶରେ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବା ପରେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ଟିକସମୁକ୍ତ କରାଯାଇଛି। ଯାହା ପରେ ବର୍ତ୍ତମାନ ଫିଲ୍ମର ଟିମ୍‌ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଏହି ସାକ୍ଷାତ ସମୟରେ ଫିଲ୍ମକୁ ଟିକସମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ୟବାଦ ଦେବା ବ୍ୟତୀତ ଫିଲ୍ମର ନିର୍ମାତା ଫିଲ୍ମର କାହାଣୀ ଉପରେ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି।

‘ଦ କେରଲା ଷ୍ଟୋରି’କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଫିଲ୍ମର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ତାମିଲନାଡୁର ଥିଏଟର ମାଲିକମାନେ ଫିଲ୍ମ ସ୍କ୍ରିନିଂ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share