‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ସେନସର ବୋର୍ଡ ଜାରି କଲା ‘ଏ’ ସାର୍ଟିଫିକେଟ

ମୁମ୍ବାଇ,୩।୫: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି। ଫିଲ୍ମକୁ ନେଇ କେରଳରେ କିଛି ରାଜନୈତିକ ଦଳ ଏହାର ରିଲିଜକୁ ବିରୋଧ କରିଛନ୍ତି। ଫିଲ୍ମକୁ ନେଇ ଚାଲିଥିବା କଣ୍ଟ୍ରୋଭର୍ସି ଭିତରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ(ସିବିଏଫସି) ଏହାକୁ ‘ଏ’ ସାର୍ଟିଫିକେଟ ଦେଇଛି। ଏହାସହ ସେନସର ବୋର୍ଡ କିଛି ସିନରେ କଇଁଚି ଲଗାଇ ଦେଇଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ୫ ମେ’ରେ ରିଲିଜ ହେବାକୁ ଯାଉଥିବା ବିବାଦୀୟ ହିନ୍ଦୀ ମୁଭି ‘ଦ କେରଲା ଷ୍ଟୋରି’ କୁ ‘ଏ’ ସାର୍ଟିଫିକେଟ ଦେବା ବ୍ୟତୀତ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ଅଚ୍ୟୁତାନନ୍ଦନଙ୍କ ଏକ ପୂରା ଇଣ୍ଟରଭ୍ୟୁ ସହିତ ୧୦ଟି ସିନକୁ ରିଳିଜ ପ୍ରିଣ୍ଟରୁ ହଟାଇ ଦିଆଯାଇଛି। ଏକ ଦୃଶ୍ୟ ଯେଉଁଥିରେ କଥିତ ଭାବେ ‘ଭାରତୀୟ କମ୍ୟୁନିଷ୍ଟ ସବସେ ବଡେ ପାଖଣ୍ଡି ହୈ’ରୁ ଭାରତୀୟ ଶବ୍ଦ ହଟାଇ ଦିଆଯାଇଛି।

Share