‘ଦ କେରଲା ଷ୍ଟୋରି’କୁ କିଣିବାକୁ ପ୍ରସ୍ତୁତ ନୁହଁ ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ ହେବା ପରଠୁ ବିବାଦରେ ରହିଥିଲା। ଅନେକ ଲୋକ ଏହାକୁ ଏକ ପ୍ରୋପାଗଣ୍ଡା ଚଳଚ୍ଚିତ୍ର ବୋଲି କହୁଥିଲେ। ଫିଲ୍ମଟି ମେ’ରେ ରିଲିଜ ହୋଇଥିଲା ଏବଂ ବିବାଦ ସତ୍ତ୍ୱେ ଫିଲ୍ମ ବକ୍ସ ଅଫିସରେ ୨୦୦ କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ର ପ୍ରଥମେ ପଶ୍ଚିମବଙ୍ଗରେ ନିଷେଧ କରାଯାଇଥିଲା ଏବଂ ତାମିଲନାଡୁ, କେରଳରେ ମଧ୍ୟ ଏହାର ବିରୋଧ କରାଯାଇଥିଲା। ହେଲେ ଏହା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଥିଲା।

ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ଥିଏଟରରୁ ହଟାଯିବାକୁ ଯାଉଛି ଏବଂ ବର୍ତ୍ତମାନ ଓଟିଟି ଏବଂ ଟେଲିଭିଜନରେ ଏହାକୁ ନେଇ ପାର୍ଟନର୍ସ ଖୋଜା ଚାଲିଛି। କିଛି ଦିନ ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନ କହିଥିଲେ ଯେ ସେ ଏ ପର୍ଯ୍ୟନ୍ତ ଓଟିଟିରୁ କୌଣସି ବିଶେଷ ଅଫର ପାଇନାହାଁନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କୁ ଦଣ୍ଡ ଦେବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି, ଫିଲ୍ମର ନିର୍ମାତାମାନେ ସେମାନଙ୍କର ଚଳଚ୍ଚିତ୍ରକୁ ଓଟିଟିରେରେ ଷ୍ଟ୍ରିମିଂ କରିବାକୁ ବହୁ ପରିମାଣର ଆମାଉଣ୍ଟ ଦାବି କରୁଛନ୍ତି । ଏହି କାରଣରୁ, ବର୍ତ୍ତମାନ କୌଣସି ଓଟିଟି ପ୍ଲାଟଫର୍ମ ଏହି ଚଳଚ୍ଚିତ୍ର କିଣିବାକୁ ପ୍ରସ୍ତୁତ ନୁହେଁ।

Share