‘ଦ କେରଲା ଷ୍ଟୋରି’କୁ ଲଗାତାର କରାଯାଉଛି ବିରୋଧ, ତାମିଲନାଡୁ ଥିଏଟର୍ସରେ ସ୍କ୍ରିନିଂ ବନ୍ଦ

ମୁମ୍ବାଇ,୭।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବାର ଘଟଣା ଥମିବାର ନାଁ ନେଉନି। ଫିଲ୍ମକୁ କିଛି ରାଜ୍ୟରେ ଭଲ ସମର୍ଥନ ମିଳିଛି, ହେଲେ ତାମିଲନାଡୁରେ ଫିଲ୍ମକୁ ବିରୋଧ କରିବା ଥମିବାର ନାଁ ନେଉନି। ଏବେ ଏହି ଫିଲ୍ମକୁ ବିରୋଧ କରିବା ବଢିଯାଇଥିବା ବେଳେ ତାମିଲନାଡୁରେ ଏହାର ସ୍କ୍ରିନିଂକୁ ବନ୍ଦ କରି ଦିଆଯାଇଛି।

ତାମିଲନାଡୁରେ ନାମ ତମିଲର କାଚି(ଏନଟିକେ) ଶନିବାର ଚେନ୍ନାଇରେ ‘ଦ କେରଲା ଷ୍ଟୋରି’ ରିଲିଜକୁ ବିରୋଧ କରି ପ୍ରଦର୍ଶନ କରିଥିଲେ। ଏହାର ନିର୍ମାତା, ଆକ୍ଟର ଓ ନିର୍ଦ୍ଦେଶକ ସିମନଙ୍କ ବିରୋଧରେ ନାମ ତମିଲର ପାର୍ଟିର କର୍ମୀମାନେ ସ୍କାଇଓ୍ବାକ ମଲ ନିକଟରେ ଚେନ୍ନାଇ ଅନ୍ନା ନଗର ଆର୍ଚରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ଏହାକୁ ଦେଖି ଥିଏଟର୍ସ ଓନର ବା ମାଲିକ ଆଇନ ବ୍ୟବସ୍ଥାକୁ ଦର୍ଶାଇ ସାରା ରାଜ୍ୟରେ ଏହି ଫିଲ୍ମ ଉପରେ ରୋକ ଲଗାଇ ଦେଇଛନ୍ତି।
ସୁଦିପ୍ତ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଭିପୁଲ ଅମୃତପାଲ ଶାହାଙ୍କ ଦ୍ୱାରା ନିର୍ମିତ ‘ଦ କେରଲା ଷ୍ଟୋରି’ରେ ଅଦା ଶର୍ମା, ୟୋଗିତା ବିହାନି, ସିଦ୍ଧି ଇଡନାନୀ ଓ ସୋନିଆ ବଲାନି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ ହେବା ପରେ ହିଁ ଫିଲ୍ମ ବିବାଦ ଘେରକୁ ଚାଲି ଯାଇଛି। ଏଥିରେ ଦାବି କରାଯାଇଛି କି ରାଜ୍ୟର ୩୨,୦୦୦ ଯୁବତୀ ନିଖୋଜ ହୋଇଯାଇଛନ୍ତି ଓ ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡସିରିଆରେ ସାମିଲ ହୋଇଯାଇଛନ୍ତି।

Share