ବ୍ରିଟେନରେ ରିଲିଜ୍‌ ହେବ ‘ଦି କେରଲା ଷ୍ଟୋରି’

ଲଣ୍ଡନ,୧୮।୫: ବିବାଦୀୟ ଫିଲ୍ମ କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ଅନେକ ବିବାଦ ସତ୍ତ୍ୱେ ଫିଲ୍ମର ରୋଜଗାର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ତେବେ ଅନେକ ରାଜ୍ୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଫିଲ୍ମ ବ୍ରିଟେନରେ ମୁକ୍ତିଲାଭ କରିବାକୁ ଯାଉଛିି। ତେବେ ପୂର୍ବରୁ ଫିଲ୍ମ ମେ ୧୨ରେ ରିଲିଜ୍‌ ହେବାର ଥିଲା। ଫିଲ୍ମ ହାଉସ୍‌ଫୁଲ୍‌ ହୋଇଥିଲେ ମଧ୍ୟ ବ୍ରିଟେନ୍‌ ଫିଲ୍ମର ସ୍କ୍ରିନିଂ ବନ୍ଦ କରିଦେଇଥିଲା। କାରଣ ବ୍ରିଟେନର ସେନ୍ସର ବୋର୍ଡ ଫିଲ୍ମକୁ ରିଲିଜ ସାର୍ଟିଫିକେଟ ଦେଇ ନଥିଲେ।

ଫିଲ୍ମ ଏବେ ବ୍ରିଟେନରେ ରିଲିଜ୍‌ ହେବାକୁ ଯାଉଛି। ଏନେଇ ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍‌ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ନିର୍ଦ୍ଦେଶକ ଟ୍ବିଟ୍‌ କରି କହିଛନ୍ତ ଯେ, ଗ୍ରେଟ ବ୍ରିଟେନକୁ ଅଭିନନ୍ଦନ। ଆପଣ ଜିତିଛନ୍ତି। ଆତଙ୍କବାଦୀ ହାରି ଯାଇଛନ୍ତି। ଦେଶବାସୀଙ୍କ ପ୍ରତିକ୍ରିୟାକୁ ଆପକ୍ଷା ରହିବ। ବର୍ତ୍ତମାନ ବ୍ରିଟିଶ ଲୋକମାନେ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ ବିପ୍ଳବର ସାକ୍ଷୀ ହେବେ। ଫିଲ୍ମର ଲିଡ୍‌ ଆକ୍ଟ୍ରେସ୍‌ ଅଦା ଶର୍ମା ତାଙ୍କ ଟ୍ବିଟର୍‌ ହ୍ୟାଣ୍ଡେଲରେ ସୁଦୀପ୍ତୋଙ୍କ ଟ୍ବିଟ୍‌କୁ ରିଟ୍ବିଟ୍‌ କରି କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ଅଭିନନ୍ଦନ। ବ୍ରିଟେନ୍‌ରେ ଦେଖାହେବା।

Share