ଆମେରିକା ଆଉ କାନାଡାରେ ଲୋକେ ଦେଖିଲେ ‘ଦ କେରଲା ଷ୍ଟୋରି’, ୨୦୦ ସ୍କ୍ରିନରେ ହେଲା ରିଲିଜ

ମୁମ୍ବାଇ: ବିବାଦୀୟ ଚଳଚ୍ଚିତ୍ର ‘ଦ କେରଲା ଷ୍ଟାରି’ ଶୁକ୍ରବାର ଆମେରିକା ଓ କାନାଡାର ୨୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି। ଏହାର ନିର୍ଦ୍ଦେଶକ ସୁଦିପ୍ତୋ ସେନ କହିଛନ୍ତି ଯେ ଚଳଚ୍ଚିତ୍ରଟି ହେଉଛି ଏକ ମିଶନ ଯାହା ସିନେମାର ସୃଜନଶୀଳ ସୀମା ଅତିକ୍ରମ କରେ।

ଏକ ଭର୍ଚୁଆଲ ପ୍ରେସ କନଫରେନ୍ସରେ ସେନ ଭାରତୀୟ ଆମେରିକୀୟ ସାମ୍ବାଦିକମାନଙ୍କୁ କହିଥିଲେ, କେରଳ ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ପ୍ରସଙ୍ଗକୁ ନେଇ ଦେଶ ଅସ୍ବୀକାର କରିଥିଲା। କେରଳର କାହାଣୀ ହେଉଛି ଏକ ମିଶନ ଯାହା ସିନେମାର ସୃଜନଶୀଳ ସୀମା ଅତିକ୍ରମ କରେ, ଏହା ଏକ ଆନ୍ଦୋଳନ। ଯାହା ବିଶ୍ୱର ଜନତାଙ୍କଙ୍କ ନିକଟରେ ପହଞ୍ଚିବା ଏବଂ ସଚେତନତା ସୃଷ୍ଟି କରିବା ଉଚିତ।
ଫିଲ୍ମର ର୍ନିମାତା ଭିପୁଲ ଶାହା କହିଛନ୍ତି, ‘ଚଳଚ୍ଚିତ୍ରର ବିଷୟ ଜନସାଧାରଣଙ୍କଠାରୁ ଲୁଚି ରହିଥିଲା ଏବଂ ଏହା କହିବା ଆବଶ୍ୟକ ଥିଲା। ଆମେ ଏହି ଚଳଚ୍ଚିତ୍ରକୁ ନେଇ ବିଶ୍ୱବ୍ୟାପୀ ବିଚାର ବିମର୍ଷ ପାଇଁ ଏହା ନିର୍ମାଣ କରିଛୁ।’ ଏହି ଚଳଚ୍ଚିତ୍ରରେ ତିନି ମହିଳାଙ୍କ କାହାଣୀ ରହିଛି ଯେଉଁମାନେ ଇସଲାମ ଧର୍ମ ଗ୍ରହଣ କରନ୍ତି ଏବଂ ଆଇଏସଆଇଏସରେ ଯୋଗ ଦିଅନ୍ତି।

Share