Posted inଜାତୀୟ

‘ଦି କେରଲା ଷ୍ଟୋରି’: ରିଲିଜ୍‌ ପୂର୍ବରୁ ଝଡ଼

ଥିରୁଭାନନ୍ଥପୁରମ୍‌/ନୂଆଦିଲ୍ଲୀ,୧ା୫: ‘ଦି କଶ୍ମୀର ଫାଇଲ୍ସ’ ପରେ ଆଉ ଏକ ଭାରତୀୟ ସିନେମା ‘ଦି କେରଲା ଷ୍ଟୋରି’କୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ମେ’ ୫ରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ଟିଜର ଏପ୍ରିଲ ୨୬ରେ ସାମାଜିକ ଗଣମାଧ୍ୟମରେ ରିଲିଜ୍‌ ହୋଇସାରିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହା ଉପରେ ଦେଶବ୍ୟାପୀ ନିଷେଧାଦେଶ ଜାରି ପାଇଁ ଦାବି କରିଛନ୍ତି। ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ତଥା ଭିପୁଲ ଅମୃତଲାଲ ଶାହଙ୍କ ପ୍ରଯୋଜିତ ଏହି ହିନ୍ଦୀଭାଷୀ ଫିଲ୍ମରେ ମୁସଲମାନ ସମ୍ପ୍ରଦାୟକୁ ନୂ୍ୟନ ଦେଖାଇବାକୁ ଯାଇ ମିଥ୍ୟା କାହାଣୀକୁ ନେଇ ସିନେମା ନିର୍ମାଣ କରାଯାଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି।
କଂଗ୍ରେସ ନେତା ତଥା କେରଳ ବିଧାନସଭାର ବିରୋଧୀ ଦଳ ନେତା ଭି.ଡି ସତିଶାନ୍‌ କହିଛନ୍ତି, ‘ଦି କେରଲା ଷ୍ଟୋରି’ରେ କେବଳ ମିଛ ଭରି ରହିଛି। ୩୨,୦୦୦ ହିନ୍ଦୁ ଓ ଖ୍ରିଷ୍ଟିଆନ୍‌ ମହିଳାଙ୍କୁ ଧର୍ମାନ୍ତରିତ କରି ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଦଖଲରେ ଥିବା ଅଞ୍ଚଳକୁ ପଠାଯାଇଛି। ଦକ୍ଷିଣ ଭାରତୀୟ ରାଜ୍ୟରୁ ନିଖୋଜ ହୋଇଯାଇଥିବା ଏହି ମହିଳାମାନଙ୍କୁ ଇରାକ୍‌ ଏବଂ ସିରିଆରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଏଥିରେ ଦର୍ଶାଯାଇଛି। ଏହାର ଟ୍ରେଲର ଫିଲ୍ମ ସମ୍ପର୍କରେ ଅନେକ ସଙ୍କେତ ଦେଉଛି। କେରଳ ଓ ମୁସଲମାନ ସମ୍ପ୍ରଦାୟକୁ ନିନ୍ଦିତ କରିବା ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏଥିରେ ଉଦ୍ୟମ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଟ୍ରେଲର ରିଲିଜ୍‌ ପରେ ଫିଲ୍ମକୁ ବ୍ୟାନ୍‌ ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିବେକ ଅଗ୍ନିହୋତ୍ରୀଙ୍କ ‘ଦି କଶ୍ମୀର ଫାଇଲ୍ସ’ ସହ ଏହାକୁ ତୁଳନା କରାଯାଉଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ମଧ୍ୟ ରବିବାର ‘ଦି କେରଲା ଷ୍ଟୋରି’କୁ ସଂଘ ପରିବାରର ପ୍ରୋପାଗଣ୍ଡା (ଜନମତକୁ ପ୍ରଭାବିତ କରିବା ପାଇଁ ପ୍ରଚାର) ଭାବେ ଅଭିହିତ କରିଛନ୍ତି। ଫିଲ୍ମରେ କେରଳକୁ ଧର୍ମୀୟ କଠୋରବାଦର କେନ୍ଦ୍ର ଭାବେ ଉପସ୍ଥାପନ କରି ‘ଲଭ୍‌ ଜିହାଦ୍‌’ ପ୍ରସଙ୍ଗ ଉଠାଯାଇଛି। ‘ଲଭ୍‌ ଜିହାଦ୍‌’ ଧାରଣାକୁ କୋର୍ଟ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଥିବାବେଳେ ଏହି ହିନ୍ଦୀ ଫିଲ୍ମରେ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟକୁ ବଦନାମ ଉଦ୍ୟମ କରାଯାଇଛି ବୋଲି ବିଜୟନ୍‌ କହିଛନ୍ତି। ସେ ଏହାକୁ ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ ମୁସଲମାନ ବିରୋଧୀ ଆଖ୍ୟା ଦେଇଛନ୍ତି। ଶାସକ ସିପିଆଇଏମ୍‌ ଏବଂ ବିରୋଧୀ କଂଗ୍ରେସ ଏକସ୍ବରରେ କହିଛନ୍ତି, ଅଭିବ୍ୟକ୍ତି ସ୍ବାଧୀନତା ସମାଜରେ ବିଷ ଓକାଳିବା ପାଇଁ ଲୋକଙ୍କୁ ନୀରବ କରାଇବା ଲାଗି ଉଦ୍ଦିଷ୍ଟ ନୁହେଁ। ଏହି ଫିଲ୍ମ କେରଳରେ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବ ବୋଲି ଦୁଇ ଦଳ ଆଶଙ୍କା ବ୍ୟକ୍ତ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶୀ ଥରୁର କହିଛନ୍ତି, ‘ଦି କେରଲା ଷ୍ଟୋରି’ ତୁମ ଷ୍ଟୋରି ହୋଇଥିବ। ଏହା ଆମ କେରଳର କାହାଣୀ ନୁହେଁ।
କଂଗ୍ରେସ ପାର୍ଟି (ଏନ୍‌ସିପି) ମଧ୍ୟ ଫିଲ୍ମରେ ମୁସଲମାନ ସମ୍ପ୍ରଦାୟକୁ ଅନୁଚିତ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ଆଣି ଘୃଣା ବିସ୍ତାର କରିବା ଏହାର ଅଭିସନ୍ଧି ବୋଲି କହିଛି। ଅନ୍ୟପକ୍ଷେ ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ଏହାକୁ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri