‘ଦ କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ

ମୁମ୍ବାଇ: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଛି। ଫିଲ୍ମକୁ ନେଇ କିଛି ରାଜନୈତିକ ଦଳ ସେମାନଙ୍କ ମତ ରଖିଥିବା ବେଳେ ଏହାକୁ ବ୍ୟାନ କରିବାକୁ ବି ଦାବି କାରାଯାଉଛି। ଫିଲ୍ମ ମେ’୫ରେ ପ୍ୟାନ ଇଣ୍ଡିଆ ରିଲିଜ ହେବାକୁ ଯାଉଛି। ଏହି ବିବାଦୀୟ ଫିଲ୍ମର ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି। ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସର ସୂଚନା ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି, କିଛି ସଙ୍ଗଠନ ବିରୋଧ ପ୍ରଦର୍ଶନର ଆହ୍ବାନ ଦେଇଛନ୍ତି। ଆମର ଇଣ୍ଟଲିଜେନ୍ସ ଓ୍ବିଙ୍ଗ ସୋସିଆଲ ମିଡିଆରେ ସେମାନଙ୍କ ମେସେଜ ଉପରେ ଧ୍ୟାନ ରଖିଛନ୍ତି। ସେ କହିଛନ୍ତି, କିଛି ଇସଲାମିକ ସଙ୍ଗଠନ ପ୍ରତିବନ୍ଧ ଲଗାଇବାକୁ ଦାବି କରି କିଛି ଜିଲାରେ ପୋଲିସ ସହ କଣ୍ଟାକ୍ଟ କରିଛନ୍ତି। ହେଲେ ସରକାର ଏହା ଉପରେ ରୋକ ଲଗାଇନାହାନ୍ତି। ଏମିତିକି କେରଳରେ ବି ଏହା ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ। ହେଲେ ହାଇ ଆଲର୍ଟରେ ରହିବାକୁ ସମସ୍ତ ଆଇନ ପ୍ରବର୍ତ୍ତନ ଏଜେନ୍ସିକୁ ଅଲର୍ଟ ପଠାଇ ଦିଆଯାଇଛି।
ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି କି ଇଣ୍ଟଲିଜେନ୍ସ ଓ୍ବିଙ୍ଗ ସୁପାରିସ କରିଛି କି ସରକାର, ‘ଦ କେରଲା ଷ୍ଟୋରି’କୁ ଜାରି କରିବା କଥା ନୁହେଁ ଏହା ଭୁଲ।

Share