Posted inଫୁରସତ

ସୁସ୍ବାସ୍ଥ୍ୟର ଚାବିକାଠି : ଯୋଗ

ରବର୍ଟ ବେନ୍‌ସନ୍‌ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ନିଜର କେତେଜଣ ସହକର୍ମୀଙ୍କୁ ନେଇ ୧୯୮୫ ମସିହାରେ ସେ ପରିଦର୍ଶନ କରିଥିଲେ ଉତ୍ତର ଭାରତରେ ଥିବା ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ। ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ। ସେଠାରେ କ’ଣ ଦେଖିଲେ ପ୍ରଫେସର ବେନ୍‌ସନ୍‌ ଓ ତାଙ୍କର ସହଗବେଷକମାନେ ? ସେମାନେ ଦେଖିଲେ ଯେ ଆଶ୍ରମର ସନ୍ନ୍ୟାସୀଗଣ ଗଭୀର ଭାବରେ ଧ୍ୟାନମଗ୍ନ। ବାହାରର ତାପମାତ୍ରା ଥିଲା ମାଇନସ ୨୦ ଡିଗ୍ରୀ ସେଲସିୟସ। ଅଥଚ ସନ୍ନ୍ୟାସୀମାନେ ନିଜ ଶରୀରକୁ ଆବୃତ୍ତ କରି ରଖିଥିଲେ ଓଦା ବସ୍ତ୍ରରେ। ୧୫,୦୦୦ ଫୁଟ ଉଚ୍ଚତାରେ ମଧ୍ୟ ସେମାନେ ବେଶ୍‌ ଶାନ୍ତି ଓ ଆରାମରେ ନିଦ୍ରା ଯାଉଥିଲେ। ପୁଣି ନିଦ୍ରା ଯାଉଥିଲେ ପଥର ଚଟାଣ ଉପରେ। ସେମାନଙ୍କର ଦେହରେ ଥିଲା କେବଳ ପତଳା ଶାଲ୍‌।
ସନ୍ନ୍ୟାସୀମାନଙ୍କର ଏପରି ଅସାଧାରଣ ସାମର୍ଥ୍ୟ ବିସ୍ମିତ କରିପକେଇଥିଲା ବେନ୍‌ସନ୍‌ଙ୍କ ଗୋଷ୍ଠୀକୁ। ବେନ୍‌ସନ୍‌ ଉଲ୍ଲେଖ କରିଛନ୍ତି ଯେ ସନ୍ନ୍ୟାସୀମାନଙ୍କଠାରେ ଏଭଳି ଅନୁକୂଳ ଶାରୀରିକ ଓ ମାନସିକ ସାମର୍ଥ୍ୟ ସମ୍ଭବ ହୋଇଥିଲା ଯୋଗର ପ୍ରଭାବ ଯୋଗୁ। ପରବର୍ତ୍ତୀ ସମୟରେ ବେନ୍‌ସନ୍‌ ଯୋଗ ଓ ଧ୍ୟାନ ପଦ୍ଧତିକୁ ନିଜର ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଉତ୍କଣ୍ଠା ଓ ଉଦ୍‌ବେଗରେ ତଥା ନିଦ୍ରାହୀନତାରେ ପୀଡ଼ିତ ରୋଗୀଙ୍କଠାରେ ପ୍ରୟୋଗ କରି ବେଶ୍‌ ସୁଫଳ ପାଇଥିଲେ। ମାନସିକ ପ୍ରଶାନ୍ତି ଓ ଧ୍ୟାନ ଆଧାରିତ ଯୋଗ ଚିକିତ୍ସା ପଦ୍ଧତିର ଅନୁଧ୍ୟାନ ପ୍ରଫେସର ବେନ୍‌ସନ୍‌ କରିଥିଲେ ବୋଷ୍ଟନସ୍ଥିତ ମାଇଣ୍ଡ/ବଡି ଇନ୍‌ଷ୍ଟିଚ୍ୟୁଟ ବା ମନ/ଶରୀର ପ୍ରତିଷ୍ଠାନରେ। ତାଙ୍କ ଅନୁଧ୍ୟାନର ଫଳାଫଳ ଗବେଷଣା ପତ୍ରିକାଗୁଡିକରେ ପ୍ରକାଶ ପାଇବା ପରେ ପରେ ରୋଗ ଚିକିତ୍ସାରେ ଭାରତୀୟ ଯୋଗ ପଦ୍ଧତିର ପ୍ରୟୋଗ ବିଷୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକରେ ବିଶେଷଭାବରେ ଆଗ୍ରହ ପ୍ରକାଶ ପାଇଲା।
ପ୍ରଶ୍ନ ଉଠେ, ଧ୍ୟାନ, ପ୍ରାଣାୟାମ, ଆସନ ଆଦି ଯୋଗ ପଦ୍ଧତିମାନ ରୋଗ ଆରୋଗ୍ୟ କରିବାରେ ସହାୟକ ହୋଇପାରୁଛି କିପରି ? ଆଚ୍ଛା କୁହନ୍ତୁ ତ, ‘ଆପଣଙ୍କର ପରମ ଶତ୍ରୁ କିଏ ? ପୁଣି କିଏ ଆପଣଙ୍କର ପରମ ମିତ୍ର ? କୁହାଯାଉଛି ଯେ, ଆମ ମନ ହିଁ ଆମର ପରମ ଶତ୍ରୁ ଆଉ ସେହି ମନ ହିଁ ଆମର ପରମ ମିତ୍ର ମଧ୍ୟ। ମନଟା କଁା ଭଁା ସିନା ସ୍ଥିର, ଶାନ୍ତ ଓ ଏକାଗ୍ର, ମାତ୍ର ଅଧିକାଂଶ ସମୟରେ ଅସ୍ଥିର, ଅଶାନ୍ତ, ବିକ୍ଷିପ୍ତ, ବିଭ୍ରାନ୍ତ ତଥା ଅନ୍ୟମନସ୍କ। ସେଥିପାଇଁ ମନ ଉପରେ ଲଗାମ ଦେବା ମହାକଷ୍ଟ। କିନ୍ତୁ ମନକୁ ଶୃଙ୍ଖଳିତ ତଥା ନିୟନ୍ତ୍ରିତ କରି ନ ପାରିଲେ ଜୀବନରେ ଆଖିଦୃଶିଆ ଅଗ୍ରଗତି କରିବା ସମ୍ଭବ ନୁହେଁ।
ବର୍ଷ ତଳେ ଟାଇମ୍‌ ମାଗାଜିନ୍‌ ଉଲ୍ଲେଖ କରିଥିଲା ଯେ ଏକବିଂଶ ଶତାବ୍ଦୀରେ ଜନସାଧାରଣଙ୍କର ସବୁଠାରୁ ମାରାତ୍ମକ ଶତ୍ରୁ ହେଉଛି ମାନସିକ ଚାପ ବା ‘ଷ୍ଟ୍ରେସ୍‌’। ଏହି ଅତ୍ୟଧିକ ମାନସିକ ଚାପ ଯୋଗୁ ସମାଜରେ ବଢ଼ି ବଢ଼ି ଚାଲିଛି ଉଚ୍ଚ ରକ୍ତଚାପ ହାର। ଉଚ୍ଚ ରକ୍ତଚାପକୁ କୁହାଯାଉଛି ‘ସାଇଲେଣ୍ଟ କିଲର’ ବା ନୀରବ ହତ୍ୟାକାରୀ। ଭାରତରେ ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କର ସଂଖ୍ୟା ପ୍ରାୟ ୧୦ କୋଟିରୁ ଅଧିକ। ହେଲେ ଏହାର ରହିଛି ଏକ ଅତି ସହଜ ତଥା ସରଳ ଆରୋଗ୍ୟ ପଦ୍ଧତି। ତାହା ହେଉଛି ପରମାନନ୍ଦ ବା ପରମ ସୁଖଦ ଅନୁଭବ।
ଓ ମନ ଏତେ ଅଙ୍ଗାଅଙ୍ଗୀ ଭାବରେ ଯୁକ୍ତ ଯେ ଗୋଟିଏ ଉପରେ କୌଣସି ଏକ ପ୍ରଭାବ ସ୍ବତଃ ଅନ୍ୟଟିକୁ ପ୍ରଭାବିତ କରିପକାଏ। ତେଣୁ ଯୋଗ କଲେ ମନ ଏକ ଉନ୍ନତ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ। ଫଳରେ ମନ ହୋଇଯାଏ ସମ୍ପୂର୍ଣ୍ଣ ପ୍ରଶାନ୍ତ। ମନ ପ୍ରଶାନ୍ତ ହେବା ସଙ୍ଗେ ସଙ୍ଗେ ଶରୀରର କୋଷଗୁଡିକରେ ମେଟାବୋଲିଜମ୍‌ ବା ୟୋପଚୟ ପ୍ରକ୍ରିୟା ହୋଇପଡେ ସମ୍ପୂର୍ଣ୍ଣ ମନ୍ଥର। ମନ୍ଥର ହୋଇଯାଏ ଶ୍ୱାସକ୍ରିୟାର ହାର। ନିସ୍ତବ୍ଧ ହୋଇଯାଏ ସ୍ନାୟୁତନ୍ତ୍ର।
କରିବା ସମୟରେ ଚିନ୍ତା ପ୍ରକ୍ରିୟାର ଉତ୍ତେଜିତ ଅବସ୍ଥା ପ୍ରଶମିତ ହୋଇ ଜାତ ହୋଇପଡେ ଜୀବକୋଷୀୟ ସନ୍ତୁଳନ ଅବସ୍ଥା ବା ସମାବସ୍ଥା। ସ୍ବାସ୍ଥ୍ୟ ଉପରେ ଏହି ଅବସ୍ଥାର ପ୍ରଭାବ ଅତ୍ୟନ୍ତ ଅନୁକୂଳ। ସୁତରାଂ ଯୋଗ କଲେ ରକ୍ତଚାପ କମିଯାଏ। ହୃଦ୍‌ରୋଗ ଓ ଡାଇବେଟିସ୍‌ର ହାର ହ୍ରାସ ପାଏ। ଊଣା ହୋଇଯାଏ କ୍ରୋଧ ଓ ମାନସିକ ଚାପ।
ଥିଲା, ଯେତେବେଳେ ଶରୀର ଉପରେ ମନର ପ୍ରଭାବ ବିଷୟରେ ଚିକିତ୍ସକମାନଙ୍କୁ ବିଶେଷ କିଛି ଜଣା ନ ଥିଲା। ଏବେ କିନ୍ତୁ ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି ଯେ, ଶାରୀରିକ କ୍ରିୟାଗୁଡ଼ିକ ବହୁଳାଂଶରେ ପ୍ରଭାବିତ କରିଥାଏ ବ୍ୟକ୍ତିର ମନସ୍ତତ୍ତ୍ୱ। ମନ ଅସୁସ୍ଥ ହୋଇ ଉତ୍କଣ୍ଠିତ ତଥା ଉଦ୍‌ବିଘ୍ନ ରହିଲେ ତାହା ଅନେକ ରୋଗର କାରଣ ହୋଇପଡେ। ସେହି ସବୁ ରୋଗଗୋଷ୍ଠୀକୁ କୁହାଯାଏ ଶାରୀରିକ ବ୍ୟାଧି ବା ‘ସାଇକୋ ସୋମାଟିକ୍‌ ଡିଜିଜେସ୍‌’। ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ପେପ୍‌ଟିକ୍‌, ଅଲସର,ଏକ୍‌ଜିମା, ସୋରିଆସିସ୍‌ ଇତ୍ୟାଦି ଜାତ ହେବା ମୂଳରେ ରହିଛି ମୁଖ୍ୟ ଭୂମିକା।
ସମୟରେ ମଣିଷର ଜୀବନଶୈଳୀ ଶାରୀରିକ ଓ ମନସ୍ତାତ୍ତ୍ୱିକ ସ୍ବାସ୍ଥ୍ୟ ପାଇଁ ଆଦୌ ଅନୁକୂଳ ହୋଇପାରୁନାହିଁ। ଫଳରେ ବଢ଼ି ବଢ଼ି ଚାଲିଛି ମାନସିକ ଚାପ, ଉତ୍କଣ୍ଠା, ଉଦ୍‌ବେଗ ତଥା ଦୀର୍ଘକାଳୀନ ଅଣସଂକ୍ରାମକ ଜୀବନଶୈଳୀ ରୋଗମାନ। ଏଭଳି ଦୁଃସ୍ଥିତିରୁ ସୁରକ୍ଷିତ ରହିବା ନିମନ୍ତେ ଯୋଗ ହିଁ ପ୍ରଧାନ ଅବଲମ୍ବନ। ବ୍ୟକ୍ତିଟିଠାରେ ରହିଥାଇପାରେ ଅସାଧାରଣ ଶାରୀରିକ ସାମର୍ଥ୍ୟ, ମାତ୍ର ଏହା ସହିତ ମାନସିକ ସ୍ତରରେ ତା’ପରେ ସନ୍ତୁଳନ ଅବସ୍ଥା ନ ଥିଲେ ତା’ର ଜୀବନ ହୋଇପାରେ ଅତ୍ୟନ୍ତ ଦୁର୍ବିଷହ।
ମନେରଖିବା ଉଚିତ ଯେ, ଶରୀର, ମନ ଓ ଆତ୍ମାର ପୂର୍ଣ୍ଣାଙ୍ଗ ତଥା ସୁସଙ୍ଗତ ବିକାଶରେ ଯୋଗ ସାଧନା ଖୁବ୍‌ ସହାୟକ ହୋଇଥାଏ। ସୁତରାଂ ଯୋଗର ରହିଛି ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ପ୍ରଭାବ। ଯୋଗ ଏକ ବ୍ୟାୟାମ ନୁହେଁ, ଏହା ଏକ କଳା। ଏହା ଆବଶ୍ୟକ କରିଥାଏ ନିୟମିତ ଅଭ୍ୟାସ, ଧୈର୍ଯ୍ୟ ଏବଂ ସମୟ। ନିୟମିତ ଯୋଗ କରିଚାଲିଲେ ଧୀରେ ଧୀରେ ବିକାଶ ଲାଭ କରେ ମାନସିକ ସ୍ଥିରତା, ସନ୍ତୁଳନ, ଶ୍ୱାସକ୍ରିୟା ନିୟନ୍ତ୍ରଣ, ମନସ୍ତାତ୍ତ୍ୱିକ ସାମର୍ଥ୍ୟ, ଏକାଗ୍ରତା, ଶାରୀରିକ ଦକ୍ଷତା ଏବଂ ନମନୀୟତା ଇତ୍ୟାଦି।
ଯୋଗ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ହିଁ ଯୋଗର ଜନ୍ମଭୂମି। ପ୍ରତିବର୍ଷ ଜୁନ୍‌ ୨୧କୁ ‘ବିଶ୍ୱ ଯୋଗ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏହି ଦିବସ ପାଳନର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଯୋଗର ବିଭିନ୍ନ ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ସମ୍ପୂର୍ଣ୍ଣ ସୁସ୍ଥ ରହିବା ନିମନ୍ତେ ନିୟମିତ ଯୋଗ କରିବା ପାଇଁ ସେମାନଙ୍କୁ ପ୍ରେରଣା ପ୍ରଦାନ କରିବା।
-ଡା. ନିତ୍ୟାନନ୍ଦ ସ୍ବାଇଁ
‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ,
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri