ବୃକ୍ଷ ଶୂନ୍ୟ ହେଉଛି ଖଳିସାହି-କୋସକା ରାସ୍ତା

ଖଣ୍ଡପଡା.୨୬ା୫ (ସ୍ବ.ପ୍ର.):ଜୀବନ୍ତ ତଥା ସବୁଜ ବୃକ୍ଷକୁ ବନ ବିଭାଗର ବିନା ଅନୁମତିରେ କାଟିବା ଆଇନ ଅନୁଯାୟୀ ଦଣ୍ଡନୀୟ । ତେବେ ଗଛଗୁଡିକୁ କିପରି ମାରି ପରେ କଟାଯାଇ ପାରିବ ସେ ନେଇ କେତେଜଣ ବ୍ୟକ୍ତି ଅଭିନବ ଉପାୟ ଆପଣେଇ ଥିବା ପରିଲକ୍ଷତ ହୋଇଛି । ଖଣ୍ଡପଡା ବ୍ଳକ ଅଧିନ ଖଳିସାହି ଗ୍ରାମଠାରୁ କୋସକା ଦେଇ ଗଣିଆ ବ୍ଳକ ଆଡକଟା ଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଉକ୍ତ ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି । ରାସ୍ତା ପାର୍ଶ୍ୱରେ ରାଜରାଜୁଡା ଅମଳରୁ ଶତାଧିକ ଆମ୍ବଗଛ ଲଗାଯାଇଥିଲା । ରାସ୍ତା ସଂପ୍ରସାରଣ ବେଳେ କେତେକ ସ୍ଥାନରେ ଆମ୍ବଗଛ ଗୁଡିକ କଟାଯାଇଛି । ରାସ୍ତା ପାର୍ଶ୍ୱସ୍ଥିତ ଅନେକ ଫଳ ପ୍ରଦାନକାରୀ ଆମ୍ବଗଛର ବକଳ ଗୁଡିକ ଛାଲି ଦେବାରୁ ଏବେ ଗ୍ରୀଷ୍ମର ପ୍ରବାହରେ ଗଛ ଗୁଡିକ ଶୁଖି ଠିଆ ହୋଇଛି । ରାସ୍ତାପାର୍ଶ୍ୱରେ ଶୁଖିଲା ଆମ୍ବଗଛଗୁଡିକୁ ଦେଖି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି । ସ୍ଥାନୀୟ ଅଞ୍ଚଳର କାଠ କଟାଳୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ଏହି ଗଛଗୁଡିକ ପ୍ରତି ଲୋଲୁପ ଦୃଷ୍ଟି ପଡୁଥିବା ଜଣାପଡିଛି । ଫଳରେ ସମୟାନୁକ୍ରମେ ଖଳିସାହି-କୋସକା ରାସ୍ତାଟି ବୃକ୍ଷଶୂନ୍ୟ ହେବାରେ ଲାଗିଥିବାରୁ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

ମାଙ୍କଡ ଡେଇଁଚି, ସମୟ କହିପାରିବୁନି; ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଲୋକେ ଛଟପଟ

ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ...

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର

ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

ଢେଙ୍କାନାନ ପୋଲିସ -ଅପରାଧି ଗୁଳି ବିନିମୟ , କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗ ସଦସ୍ୟ ଆହତ

ଢ଼େଙ୍କାନାଳ,୨୪।୪(ରତନ ନାୟାର): ଢେଙ୍କାନାଳ ପୋଲିସ ଓ ଜଣେ ଦୂର୍ଦ୍ଧଷ ଅପରାଧି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜିଲାର...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image