ଆରମ୍ଭ ହୋଇପାରୁନି ଖରିଫ ଚାଷ କାର୍ଯ୍ୟ

ସୋନପୁର,୨୬।୬(ମୃତ୍ୟୁଞ୍ଜୟ ଶତପଥୀ): କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ବର୍ଷା ନ ହେବା ଯୋଗୁ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇନି। ରେକର୍ଡ ପରିମାଣରେ ଧାନ ଉତ୍ପାଦନ ହେଉଥିବା ଏହି ଜିଲାରେ ଚାଷ ଜମି ସବୁ ପଡିଆ ପଡିଛି। ଜିଲାର ମୋଟ ୧ଲକ୍ଷ ୨୭ହଜାର ୬୦୦ ହେକ୍ଟର ଜମିରେ ଚାଷ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ୭୭ହଜାର ହେକ୍ଟର ଜମିରେ ଧାନ ଚାଷ ଓ ବାକି ଜମିରେ କପା, ମୁଗ, ପନିପରିବା ଭଳି ଅଣଧାନ ଚାଷ ହୋଇଥାଏ। ଜିଲାରେ ଚାଷୀ ଧାନ ବୁଣା ଅପେକ୍ଷା ତଳି ପକାଇ ଚାଷ କରିବାକୁ ଅଧିକ ପସନ୍ଦ କରନ୍ତି। ତେବେ ନିଅଣ୍ଟିଆ ବୃଷ୍ଟିପାତ ସହିତ ହୀରାକୁଦ ଜଳଭଣ୍ଡାରରୁ କେନାଲରେ ପାଣି ନ ଆସିବାରୁ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଚାଷୀ ଖରିଫ ଚାଷକୁ ନେଇ ଚିନ୍ତାରେ ଅଛନ୍ତି ।
ଦକ୍ଷିଣ-ପଶ୍ଚିମ ମୌସିମୀ ବାୟୁ ଠିକ୍‌ ଭାବେ ଅଗ୍ରସର ହେଉନାହିଁ। ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ହୋଇପାରୁ ନାହିଁ। ସୁବର୍ଣ୍ଣପୁର ଜିଲାରେ ଏହା ଦୁର୍ବଳ ଅବସ୍ଥାରେ ଥିବାବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କାଳବୈଶାଖୀ ଜନିତ ବର୍ଷା ପବନ ବିଶେଷ ହେଉନାହିଁ। ୧୫ ଦିନ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିଥିଲେ ମଧ୍ୟ ଏହା ଜିଲାରେ ଏ ପର୍ଯ୍ୟନ୍ତ ସକ୍ରିୟ ହୋଇନାହିଁ। ଜମି ଶୁଖିଲା ପଡିଥିବାରୁ ଚାଷୀ ଧାନ ବୁଣି ପାରୁନାହିଁ କି ତଳି ପକାଇ ପାରୁନି। ଅଳ୍ପ କିଛି ହେକ୍ଟର ଜମିରେ ଚାଷୀ ଗଭୀର ନଳକୂପ ଦ୍ୱାରା ଜମିକୁ ପାଣି ମଡାଇ ଧାନ ତଳି ପକାଇଛନ୍ତି। ଜୁନ୍‌ରେ ଜିଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଜୁନ୍‌ ୨୫ ସୁଦ୍ଧା ଜିଲାର ବୀରମହାରାଜପୁର ବ୍ଲକରେ ୧୫୦ମିଲିମିଟର ବର୍ଷା ହୋଇଥିବା ବେଳେ ଡୁଙ୍ଗୁରିପାଲି ବ୍ଲକରେ ୧୩୦ମିଲିମିଟର, ଉଲୁଣ୍ଡାରେ ୯୪.୪, ବିନିକାରେ ୯୨, ତରଭାରେ ୭୦ ଓ ସୋନପୁର ବ୍ଲକରେ ମାତ୍ର ୪୪ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଜୁନ୍‌ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୧୭.୪ମିଲିମିଟର ରହିଥିବା ବେଳେ ଚଳିତ ଥର ଜିଲାରେ ମାତ୍ର ୯୭.୭୨ମିଲିମିଟର ବର୍ଷା ହୋଇଛି। ଜିଲାରେ କେବଳ ଜୁନ୍‌ ୧୪ ଓ ୨୨ରେ ସାମାନ୍ୟ ଧରଣର ବର୍ଷା ହୋଇଛି। ଜୁନ୍‌ ମାସ ସରିବାକୁ ବସିଲାଣି ହେଲେ ପ୍ରଚଣ୍ଡ ଖରା ଓ ରୌଦ୍ରତାପ ଯୋଗୁ ଚାଷଜମି ଫାଟି ଆଁ କରି ରହିଛି। ତରଭା, ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଭଳି ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ମୌସୁମୀ ବର୍ଷାକୁ ଚାତକ ପରି ଚାହିଁ ରହିଛନ୍ତି। ସୋନପୁର ବ୍ଲକ ଖଇରଟିକ୍ରା ଗାଁର ଆଗୁଆ ଚାଷୀ ସୁରେଶ କୁମାର ମିଶ୍ର କୁହନ୍ତି, ଅନ୍ୟ ବର୍ଷ ଏହି ସମୟକୁ ପର୍ଯ୍ୟାପ୍ତ ବର୍ଷା ହୋଇଥାଏ। ଚଳତି ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଜିଲାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଯେଉଁମାନେ ଧାନ ତଳି ଓ ବୁଣା କାର୍ଯ୍ୟ କରିଥିଲେ ସେଠାରେ ଗଜା ମରୁଡିର ଆଶଙ୍କା ରହିଛି। ଜଳସେଚିତ ବିନିକା ବ୍ଲକ ଉର୍ଲେର ଚାଷୀ ସନ୍ତୋଷ ବାଘ କହିଛନ୍ତି, ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳକୁ କେନାଲ ପାଣି ଆସିନାହିଁ। ଜୁଲାଇ ୧ରୁ ବରଗଡ ମୁଖ୍ୟ କେନାଲରୁ ପାଣି ଛଡାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ଆମ ତଳି ଅଞ୍ଚଳରେ ଏହି ପାଣି ପହଞ୍ଚତ୍ବାକୁ ୫ ରୁ ୭ ଦିନ ଲାଗିବ। ବିଲକୁ କେନାଲ ପାଣି ମାଡିଲେ ତଳି ପକାଇବୁ ବୋଲି ଅପେକ୍ଷା କରିରହିଛୁ। ମୁଖ୍ୟ ଜିଲା କୃଷି ଅଧିକାରୀ ଡ. ବିଭୂତି ଭୂଷଣ ମିଶ୍ର କହିଛନ୍ତି ଜୁନ୍‌ ଶେଷ ସୁଦ୍ଧା ଜିଲାରେ ୧୦ ପ୍ରତିଶତ ଜମିରେ ବୁଣା କାର୍ଯ୍ୟ ଓ ୨୦ ପ୍ରତିଶତ ଜମିରେ ତଳିପକା କାର୍ଯ୍ୟ ସରିଥାଏ। ନିଅଣ୍ଟିଆ ବର୍ଷା ଓ କେନାଲରେ ପାଣି ଆସି ନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନି। ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ମୌସୁମୀ ସକ୍ରିୟ ହେଲେ ଚାଷ କାର୍ଯ ଆଗେଇବ ବୋଲି ଡ. ମିଶ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଚୋର ଦଳ ସକ୍ରିୟ ହୋଇପଡ଼ିଛନ୍ତି l ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ଗାଡ଼ି ଧକ୍କାରେ ଚାଲିଗଲା ହେଟା ବାଘର ଜୀବନ

ଖଡ଼ିଆଳ,୧ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ୩୫୩ନଂ. ଜାତୀୟ ରାଜପଥର ପୋଡାପାଲି କେନାଲ ତ୍ରିବେଣୀ ଛକ ନିକଟରେ ସୋମବାର ଅଜଣା ଗାଡ଼ି ଧକ୍କାରେ ଏକ...

ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି

ଦାରିଙ୍ଗବାଡ଼ି,୧।୭ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ପୁଣି ଏକ ବଡ଼ ସଫକତା ମିଳିଛି। ଜଙ୍ଗଲରେ ପାଟ୍ରୋଲିଂ ବେଳେ ୧୪୩...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ଛାତ୍ରୀଛାତ୍ରଙ୍କୁ ଆଣୁଥିବା ବେଳେ ଟ୍ରକକୁ ପିଟିଲା ସ୍କୁଲ ବସ୍‌

ଘସିପୁରା,୭।୧(ନିରଞ୍ଜନ ସାହୁ): ଗାଡ଼ି ଚାଳକଙ୍କ ବେପରୁଆ ଯୋଗୁ ଏକ ଘରୋଇ ସ୍କୁଲ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଣାରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଏବଂ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri