Categories: ଖେଳ

ଆଉ ୬ ରାଜ୍ୟରେ ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ,୧୬।୯(ପି.ଟି.): ଯୁବ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଉ ୬ଟି ରାଜ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (କେଆଇଏସ୍‌ସିଇ) ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମକୁ ଏଥିରେ ସାମିଲ କରାଯାଇଥିଲା।
ଏବେ ଆସାମ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡ୍ୟୁ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମେଘାଳୟ ଓ ସିକିମକୁ ଏଥିରେ ସାମିଲ କରାଯାଇଛି। ଏହାପୂର୍ବରୁ ମନ୍ତ୍ରଣାଳୟ କର୍ନାଟକ, ଓଡ଼ିଶା, କେରଳ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡରେ କେଆଇଇଏସ୍‌ସିଇ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲା। ପୁଣି ଖେଲୋ ଇଣ୍ଡିଆର ଯେଉଁ ସେଣ୍ଟରଗୁଡିକ ପୂର୍ବରୁ ରହିଛି ସେଗୁଡିକୁ ପୁନର୍ଗଠନ କରିଯିବା ଓ ସେଗୁଡିକୁ କେଆଇଏସ୍‌ସିଇରେ ପରିଣତ କରାଯିବ ବୋଲି କୁହାଯାଇଛି। ଟ୍ରେନିଂ ଓ ଭିତ୍ତିଭୂମିର ସୁବିଧା ସୁଯୋଗ ଓ ପୂର୍ବରୁ ଚାମ୍ପିୟନ ଖେଳାଳି ସୃଷ୍ଟି କରାଯିବାର ରେକର୍ଡକୁ ଦୃଷ୍ଟିରେ ରଖି ବିଭିନ୍ନ ସେଣ୍ଟରକୁ ଏଥିପାଇଁ ଶର୍ଟ ଲିଷ୍ଟ କରାଯାଇଥିଲା। ଏହି ସେଣ୍ଟରଗୁଡିକୁ କ୍ରୀଡ଼ା ସରଞ୍ଜାମ, ଅଭିଜ୍ଞ କୋଚ୍‌ ଓ ହାଇ ପରଫର୍ମାନ୍ସ ମ୍ୟାନେଜର ଯୋଗାଇ ଦିଆଯିବ ଓ ପ୍ରତି ସେଣ୍ଟରରେ ଅତିବେଶିରେ ୩ ଅଲିମ୍ପିକ୍‌ କ୍ରୀଡ଼ାକୁ ସାମିଲ କରାଯିବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।

Share