ବିଶ୍ୱର ଏପରି କିଛି ଭୟଭୀତ ଚିତ୍ର ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଡ଼ରିଯିବେ । ଏହାକୁ ଦେଖିଲେ ଭୟ ଲାଗିଥାଏ ବୋଲି କୁହାଯାଏ। ଏହି ଚିତ୍ରକୁ ଯିଏ ଘରେ ଟାଙ୍ଗିଲା ତା’ଙ୍କର ଦୁଶ୍ଚିନ୍ତା ବଢ଼ିଲା, ଓ ନିଦ ହଜିଲା । ତେବେ ଜାଣନ୍ତୁ ଏହି ଚିତ୍ର ସମ୍ପର୍କରେ।
ଦ ରେନ୍ ଓମେନ୍
ଏହି ଚିତ୍ର ତିଆରି କରିଥିବା ଚିତ୍ରକାର ସ୍ବେତଲେନା ଟେଲିଜ୍ ଅନେକ ପେଣ୍ଟିଂ ତିଆରି କରିଛନ୍ତି। ତାଙ୍କ ଚିତ୍ର ବିଶ୍ୱବ୍ୟାପୀ ପ୍ରସିଦ୍ଧ । ମାତ୍ର ଏହି ଚିତ୍ରକୁ ନେଇ ଅନେକ ଆଲୋଚନା ହୋଇଛି। ଚିତ୍ରରେ ବର୍ଷା ମଧ୍ୟରେ ଜଣେ ମହିଳା ନଜର ଆସିଛନ୍ତି। କଳା ଏବଂ ଧଳା ରଙ୍ଗ ମଧ୍ୟରେ ହାଲୁକା ସବୁଜ ମଧ୍ୟ ଅଛି । ଏହ ଚିତ୍ର ବିଷୟରେ ଚିତ୍ରକାର କହିଛନ୍ତି ଯେ, ସେ ଏହି ଚିତ୍ରକୁ ମାତ୍ର ୫ ଘଣ୍ଟା ମଧ୍ୟରେ ତିଆରି କରିଥିଲେ। ଏହାକୁ କଲାବେଳେ ଯେପରି କେହି ତାଙ୍କ ହାତକୁ ଧରି ଚିତ୍ର ଆଙ୍କୁଛନ୍ତି ତାଙ୍କୁ ସେଭଳି ଲାଗିଥିଲା। ଅନେକ ଲୋକ ଏହି ଚିତ୍ରକୁ ଅଧିକ ମୂଲ୍ୟ ଦେଇ କିଣିଥିଲେ। କିନ୍ତୁ ଅଳ୍ପ ସମୟ ପରେ ସମସ୍ତେ ଏହାକୁ ଫେରାଇ ଦେଇଥିଲେ। ଲୋକେ କହିଥିଲେ ଯେ, ଏହି ପେଣ୍ଟିଂକୁ ଘରେ ଟାଙ୍ଗିବା ମାତ୍ରେ ଦୁଶ୍ଚିନ୍ତା ବଢ଼ିଥିଲା। ଏହା ସହିତ ନିଦ ହଜି ଯାଇଥିଲା। ପରେ ସବୁସ୍ଥାନରେ ଚିନ୍ତା ଜନକ ଜିନିଷ ନଜର ଆସିଲା।