Categories: ଜାତୀୟ

ଭାରତରେ ପହଞ୍ଚିଲେ କମ୍ବୋଡିଆ ରାଜା

ନୂଆଦିଲ୍ଲୀ,୨୯।୫: କମ୍ବୋଡିଆ ରାଜା ନୋରୋଦମ ସିହମୋଣି ଭାରତ ଗସ୍ତରେ ଆସିଛନ୍ତି। ସୋମବାର ନୋରୋଦମ ସିହମୋଣି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଏବଂ କମ୍ବୋଡିଆ ମଧ୍ୟରେ କୂଟନୈତିକ ସମ୍ପର୍କ ଗଠନର ୭୦ତମ ବାର୍ଷିକୀ ଅବସରରେ ସେ ଏହି ଯାତ୍ରା କରିଥିବା ଜଣାପଡିଛି। ୧୯୫୨ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। କେନ୍ଦ୍ର ବିଦେଶ ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ନୂଆଦିଲ୍ଲୀର ପାଲମ ବାୟୁସେନା କେନ୍ଦ୍ରରେ କମ୍ବୋଡିଆ ରାଜାଙ୍କୁ ସ୍ବାଗତ କରିଛନ୍ତି। କମ୍ବୋଡିଆ ରାଜାଙ୍କ ସହ ୨୭ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳି ମଧ୍ୟ ଆସିଛନ୍ତି।

Share