ଅକ୍ଷୟ ତୃତୀୟାକୁ ‘କୃଷକ ଅଧିକାର ଦିବସ’ ପାଳିବ କିଷାନ କଂଗ୍ରେସ

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ଗୁରୁବାର ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ଅଧ୍ୟତାରେ ଆୟୋଜିତ ଏହି ବୈଠକରେ ଅକ୍ଷୟ ତୃତୀୟାକୁ କୃଷକ ଅଧିକାର ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସମବାୟ ନିର୍ବାଚନରେ ସମସ୍ତଙ୍କୁ ସୁଯୋଗ ଦିଆଯାଉ ବୋଲି କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେଇ ପଟ୍ଟନାୟକ କହିଛନ୍ତି, ଚାଷ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିବା ବେଳେ ସରକାର ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସବୁବେଳେ ଅଣଦେଖା କରି ଚାଲିଛନ୍ତି। ତେଣୁ ଆସନ୍ତା ମେ’ ୩ ପବିତ୍ର ଅକ୍ଷୟ ତୃତୀୟା ଦିବସକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲା ଓ ରାଜ୍ୟସ୍ତରରେ କୃଷକ ଅଧିକାର ଦିବସ ରୂପେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Share