ନୂଆଦିଲ୍ଲୀ,୪।୧: ଚଳିତ ମାସ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି-ମାଙ୍ଗାଲୋର ପ୍ରାକୃତିକ ବାଷ୍ପ ପାଇପଲାଇନର ଲୋକାର୍ପଣ ଭିଡିଓକନଫରେନ୍ସ ମାଧ୍ୟମରେ କରିବେ। ଓ୍ବାନ୍ ନେଶନ ଓ୍ବାନ୍ ଗ୍ୟାସ ଗ୍ରୀଡ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଅବସରରେ କର୍ନାଟକ ଏବଂ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପ୍ରାକୃତିକ ବାଷ୍ପ ମନ୍ତ୍ରୀ ମଧ୍ୟ ଯୋଗଦେବେ। ଗେଲ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ୪୫୦ କିଲୋ ମିଟର ଲମ୍ବା ପାଇପଲାଇନ ନିର୍ମିତ ହୋଇଛି। ଏହାର ଦୈନିକ ୧୨ ନିୟୁତ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ପରିବହନ କ୍ଷମତା ରହିଛି। ଏହା କେରଳର କୋଚିର ଲିକ୍ୟୁଫାଏଡ ପ୍ରାକୃତିକ ବାଷ୍ପ ରେଜିଫିକେଶନ ଟର୍ମିନାଲରୁ ଗ୍ୟାସ୍ ପରିବହନ କରିବ। ୩୦୦୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏଥିରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ମାନବ ଦିବସ ସୃଷ୍ଟି କରାଯାଇଛି। ଏହି ପାଇପଲାଇନ ଦ୍ୱାରା ପରିବାରକୁ ପାଇପ ଯୋଗେ ପ୍ରାକୃତିକ ବାଷ୍ପ ଯୋଗାଇବ। ପରିବହନ କ୍ଷେତ୍ର ଲାଗି ସିଏନ୍ ଜି ଯୋଗାଣକୁ ଏହା ତ୍ୱରାନ୍ବିତ କରିବ।