Posted inଖେଳ

ଆଜି କଳିଙ୍ଗରେ କୋଲକାତା ଡର୍ବି

ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବ କୋଲକାତା ଡର୍ବି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମୋହନବାଗାନ ସୁପର ଜାଏଣ୍ଟ୍ସ ଓ ଇଷ୍ଟ ବେଙ୍ଗଲ ଏଫ୍‌ସି। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ। ଯେଉଁ ଦଳ ବିଜୟୀ ହେବ ସେ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅନ୍ୟ ପକ୍ଷରେ ଏହି ଦୁଇ ଦଳ ମଧ୍ୟରେ ପଶ୍ଚିମବଙ୍ଗ ବାହାରେ ମ୍ୟାଚ୍‌ ଖେଳାଯିବାର ମଧ୍ୟ ଏହା ପ୍ରଥମ ଦୃଷ୍ଟାନ୍ତ। ଗ୍ରୁପ୍‌ ଏରେ ଉଭୟ ଦଳ ସ୍ଥାନ ପାଇଥିବା ବେଳେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳି ଉଭୟରେ ବିଜୟ ହାସଲ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ଇଷ୍ଟ ବେଙ୍ଗଲ ଆଗୁଆ ରହିଛି। ଫଳରେ ଅନ୍ତିମ ମ୍ୟାଚ୍‌ଟି ଡ୍ର ହେଲେ ଇଷ୍ଟବେଙ୍ଗଲ ଫାଇଦାରେ ରହିବ। ନିକଟ ଅତୀତରେ ମୋହନ ବାଗାନ କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ୍‌ ଖେଳି ସାରିଥିବା ବେଳେ ଏହା ଦଳକୁ ସାମାନ୍ୟ ଫାଇଦାରେ ରଖିବ।
ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ଦଳର କୋଚ୍‌ ଓଡ଼ିଶାର କ୍ରୀଡା ଭିତ୍ତିଭୂମିକୁ ବେଶ ପ୍ରଶଂସା କରିଥିଲେ। ଏକା ଥରରେ ୧୬ ଫୁଟବଲ ଦଳକୁ ଓଡ଼ିଶା ଯେଉଁ ଭଳି ଢଙ୍ଗରେ ପରିଚାଳନା କରିଛି ତାହା ପ୍ରଶଂସନୀୟ ବୋଲି ଉଭୟ କହିଥିଲେ। ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ କାର୍ଲୋସ କୁଆର୍ଡେଟ୍‌ କହିଥିଲେ ମୁଁ ଓଡ଼ିଶାରେ ଅଧିକ ସମୟ ବିତାଇଛି। ଏଠିକାର ଫୁଟବଲ ଭିତ୍ତିଭୂମି ଚମତ୍କାର ହୋଇଥିବା ବେଳେ ଅଭ୍ୟାସ ପିଚ ଗୁଡିକ ମଧ୍ୟ ଭଲ ରହିଛି। କୋଲକାତା ଡର୍ବି ଏକ ନ୍ୟୁଟ୍ରାଲ ଭେନ୍ୟୁରେ ହେବା ଭାରତୀୟ ଫୁଟବଲ ପାଇଁ ଶୁଭ ସଙ୍କେତ। ଅନ୍ୟ ପକ୍ଷରେ ଓଡ଼ିଶା ଏଫ୍‌ସିକୁ ସୁପର୍‌ କପ୍‌ ଜିତାଇଥିବା କ୍ଲିଫୋର୍ଡ ମିରାଣ୍ଡା ବର୍ତ୍ତମାନ ମୋହନବାଗାନ ସୁପର ଜାଏଣ୍ଟ୍ସର ସହକାରୀ କୋଚ୍‌ ରହିଛନ୍ତି। ଓଡ଼ିଶାରେ ଅଧିକ ସମୟ ବିତାଇ ଥିବାରୁ ଏହା ଆମ ପାଇଁ ସୁବିଧାଜନକ ରହିବ ବୋଲି ମିରାଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ...

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri