ଜାଡରେ ଥରୁଛି କୋରାପୁଟ ମାଳଭୂମି

କୋରାପୁଟ,୨୧ା୧୧(ସ୍ବ.ପ୍ର.):ହାଡଭଙ୍ଗା ଶୀତରେ ଏବେ ଥରୁଛି କୋରାପୁଟ ମାଳଭୂମି ା ଏପରି ଶୀତ ଏକ ସପ୍ତାହକ ଧରି ଲାଗି ରହିଛି। ରବିବାର ଜିଲାର ସେମିଳିଗୁଡା ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଥିବା ଜିଲା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପାରଦ ୮ ଡିଗ୍ରୀକୁ ଖସି ଆସିଥିବାରୁ ରବିବାର ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ଭାବେ ଏହି ସ୍ଥାନ ଚିହ୍ନଟ ହୋଇଥିବା ଜଣାଯାଇଛି ା କୋରାପୁଟ ଜିଲାରେ ତାପମାତ୍ରା ଦିନରେ ସର୍ବନିମ୍ନ ୧୬ ଏବଂ ସର୍ବାଧିକ୨୫ ଡିଗ୍ରୀ ରହୁଥିବାବେଳେ ରାତିରେ ପାରଦ ୮ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି ା ସକାଳ ୯ଟାଯାଏ କୁହୁଡି ସାଙ୍ଗକୁ କୋହଲା ପାଗ ଶୀତର ପ୍ରକୋପକୁ ଦ୍ୱିଗୁଣିତ କରିଛି ା ଜିଲାର ସେିମଳିଗୁଡା, ପଟାଙ୍ଗି, ଲକ୍ଷ୍ମୀପୁର, ନନ୍ଦପୁର, ଦଶମନ୍ତପୁର, କୋରାପୁଟ, ଲମତାପୁଟ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି ା ଘନ କୁହୁଡି ଯୋଗୁ ରାସ୍ତାରେ ୨୦ ଫୁଟ ବ୍ୟବଧାନରେ ଯାନବାହାନ ଦେଖାଯାଉନାହିଁ ା ସୁଙ୍କି ଓ ଜୟପୁରର ଅଣଓସାରିଆ ଘାଟି ରାସ୍ତାରେ ଗାଡି ଚାଳକମାନେ ବ୍ୟବଧାନ ରଖି ମନ୍ଥର ଗତିରେ ଗାଡି ଚଳାଉଥିବା ବେଳେ କେତେକ ସ୍ଥାନରେ ଗାଡିଗୁଡିକ ଅଟକି ରହୁଥିବା ଦେଖିବାକୁ ମିଳୁଛି ା ଶୀତ ପ୍ରକୋପରୁ ବତ୍ତିର୍ର୍ିବା ପାଇଁ ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ସକାଳୁ ଦିନ ୧୦ଟାଯାଏ ଏବଂ ସନ୍ଧ୍ୟା ନ ହେଉଣୁ ନିଆଁ ଜାଳି ବସୁଛନ୍ତି। ଜିଲାର ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି ା ସକାଳୁ ଦୋକାନ ବଜାର ବିଳମ୍ବରେ ଖୋଲୁଥିବା ବେେଳେ ରାତିରେ ଶୀଘ୍ର ବନ୍ଦ ହୋଇଯାଉଛି ା ସକାଳ ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଏବଂ ରାସ୍ତାଘାଟ ଶୂନଶାନ ରହୁଛି ା

Share