ୟୁକ୍ରେନର ଶସ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲା କ୍ରେମଲିନ, ବଢିପାରେ ଖାଦ୍ୟ ସଙ୍କଟ

ମସ୍କୋ,୧୭।୭: ୟୁକ୍ରେନକୁ ଶସ୍ୟ ରପ୍ତାନି କରିବାକୁ ଅନୁମତି ଦେବା ନିଷ୍ପତ୍ତିକୁ ବାତିଲ କରିଦେଇଛି ରୁଷିଆ। ୟୁକ୍ରେନର ଶସ୍ୟ ରପ୍ତାନୀକୁ ଅନୁମତି ଦେଉଥିବା ଚୁକ୍ତିରେ ଏହା ଅବରୋଧ କରୁଛି ବୋଲି କ୍ରେମଲିନ କହିଛି। ରୁଷିଆର ଏହି ନିଷ୍ପତ୍ତି ବିଶ୍ୱର ଅନେକ ଦେଶରେ ଖାଦ୍ୟ ସଙ୍କଟକୁ ଆହୁରି ଗଭୀର କରିପାରେ।

କୃଷ୍ଣ ସାଗର ଓ ଆଜୋଭ ସାଗରକୁ ରୁଷିଆ ବ୍ଲକ କରିଥିବାରୁ ୟୁକ୍ରେନରୁ ଖାଦ୍ୟଶସ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଏ ନେଇ ଜର୍ମାନୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଆଲୋଚନା ପରେ ୟୁକ୍ରେନରୁ ଖାଦ୍ୟଶସ୍ୟ ପରିବହନ ଉପରେ ଅନୁମତି ଦେଇଥିଲେ ପୁଟିନ୍‌। ବର୍ତ୍ତମାନ ରୁଷିଆ ଏହାର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

Share