କୁଆଁରିଆ ନଦୀ ପଠାରୁ ଅତଡ଼ା ଖସୁଛି

ଖଣ୍ଡପଡ଼ା,୧୭ା୪(ସ୍ବ.ପ୍ର.): କୁଆଁରିଆ ନଦୀରେ ବନ୍ୟା ଆସିଲେ ପଠାରୁ ଅତଡା ଖସୁଛି। ଏହି ସମସ୍ୟା କୁଆଁରିଆ ନଦୀ ତଟବର୍ତ୍ତୀ ଖଣ୍ଡପଡ଼ା ବ୍ଲକ ଅଧୀନ ବଳଭଦ୍ରପ୍ରସାଦ, କୁମ୍ଭାରପଡ଼ା, ରୟତଢୋଲମରା, କୋସକା, କିଆଝର ଓ ଗଡିଆସାହି ଆଦି ୬ ପଞ୍ଚାୟତବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କୁଆଁରିଆ ନଦୀର ପ୍ରଖରସ୍ରୋତ ଯୋଗୁ ଅଞ୍ଚଳବାସୀଙ୍କ ଘରଡିହ ଓ ଜମି ସମୟାନୁକ୍ରମେ ନଦୀ ଗର୍ଭରେ ଲୀନ ହେବାରେ ଲାଗିଛି। ସେହିପରି ପ୍ରତିବର୍ଷ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ଉପରୋକ୍ତ ପଞ୍ଚାୟତବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ସମୟରେ ନଦୀ ପାର୍ଶ୍ୱସ୍ଥ ମାଳବନ୍ଧରୁ ପଥରପ୍ୟାକିଂ ନଦୀଗର୍ଭରେ ଖସି ପଡୁଛି। ଏଥିପାଇଁ ମାଳବନ୍ଧ ଦୁର୍ବଳ ହେବାରେ ଲାଗିଛି। କୁଆଁରିଆ ମାଳବନ୍ଧର ଦୁର୍ବଳସ୍ଥାନଗୁଡିକୁ ଚିହ୍ନଟ କରି ପଥର ପ୍ୟାକିଂ କରିବା ନିମନ୍ତେ କଣ୍ଟିଲୋ ଜଳସେଚନ ବିଭାଗ କତ୍ତୃପକ୍ଷ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ଖଣ୍ଡପଡ଼ା ବ୍ଲକ ଅଧୀନ କୋସକା-ଆଡକଟା ରାସ୍ତାର କୁଆଁରିଆ ସେତୁ ନିକଟସ୍ଥ ନଦୀର ଉଭୟ ପାର୍ଶ୍ୱରେ ପଥରପ୍ୟାକିଂ ନଷ୍ଟ ହୋଇଛି। ଦିନକୁ ଦିନ ପଠା ଖାଇଯାଇ ନଦୀ ଗର୍ଭ ଓସାରିଆ ହେବାରେ ଲାଗିଛି। ନଦୀର ଉଭୟ ପାର୍ଶ୍ୱରେ ପଥରପ୍ୟାକିଂ ନିମନ୍ତେ ଜଳସେଚନ ବିଭାଗ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଖଣ୍ଡପଡା ଜଳ ସମ୍ପଦ ବିଭାଗ ସେକ୍ସନ ଅଫିସର ସସ୍ମିତା ସାହୁଙ୍କ ସହ ଯୋଗାଯୋଗ କରିବାରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ପ୍ରତିଷ୍ଠା ଦିବସରେ ଏକାଠୀ ହେଲେ ନେତା କର୍ମୀ

ଛତ୍ରପୁର,୬।୧୨ (ଦିଲ୍ଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ...

ଭାଜପାର ମିଥ୍ୟା ପ୍ରତିଶ୍ରୁତି ଲୋକଲୋଚନକୁ ଆଣିବା ପାଇଁ ଦୃଢ଼ ପ୍ରତିଜ୍ଞା, ଜିଲାର ଦାୟିତ୍ୱ ବାହାର ରାଜ୍ୟ ନେତାଙ୍କୁ ନ ଦେଇ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୁରୁବାର ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ୧୦ ନଂ ଜୋନ୍‌ର...

ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ

ପାଟଣା,୨୬ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା କଲରାଟାଙ୍ଗର ସାହି ପୋଖରୀରୁ ଗୁରୁବାର ୨ରୁ ୩ ଦିନର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁ...

ଛାତ୍ର ସଂସଦ ନିର୍ବାଚନ ଉପରେ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ, ୨୬।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ ।...

ଘରୁ ଫେରାର ହୋଇଯାଇଥିଲେ ବିବାହିତ ପ୍ରେମୀଯୁଗଳ, ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଉଭୟଙ୍କ ମୃତଦେହ

ଦିଗପହଣ୍ଡି,୨୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ଥାନା ଅଲାରିଗଡ଼ ନିସ୍ତିିପୁର ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ସକାଳେ ପୋଲିସ ବିବାହିତ ପ୍ରେମୀଯୁଗଳଙ୍କ ମୃତଦେହ...

ପ୍ରେମ କରି ଘରୁ ପଳାଇ ଥିଲେ,  ବିବାହ ପରେ ଏବେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରଥାନା ଏସ୍‌ ଗୋପାଳପୁର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ମତ୍ୟୁ ଘଟିଛି। ମୃତକ ଜଣକ ହେଲେ...

ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ: ସହିପାରିଲେନି ଚାଷୀ, ଆପଣାଇଲେ ଚରମ ପଦକ୍ଷେପ…

ଛତ୍ରପୁର,୨୬ା୧୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ବଡ଼ମାଧପୁର ପଞ୍ଚାୟତ ଅଧୀନ ବରଙ୍ଗ ଗାଁର ଜଣେ ଚାଷୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri