କୁଏଟ ଅଗ୍ନୀକାଣ୍ଡରେ ପୀଡ଼ିତ ପରିବାରଙ୍କୁ ୧୨.୫ ଲକ୍ଷ ଟଙ୍କା ସହାୟତା ରାଶି ଦେବେ କୁଏଟ ସରକାର

କୁଏଟ ସିଟି,୧୯।୬: ଦକ୍ଷିଣ ଅହମଦା ପ୍ରଦେଶର ମଙ୍ଗଫ ଅଞ୍ଚଳରେ ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ପରିବାରକୁ କୁଏତ ସରକାର ୧୫,୦୦୦ ଡଲାର (୧୨.୫ ଲକ୍ଷ ଟଙ୍କା) କ୍ଷତିପୂରଣ ପ୍ରଦାନ କରିବେ। ଏହି ଅଗ୍ନିକାଣ୍ଡରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ୪୬ଜଣ ଭାରତୀୟ ଅଛନ୍ତି। କୁଏଟ ମିଡିଆ ରିପୋର୍ଟରେ ଏହି ଦାବି କରାଯାଉଛି। କୁଏତ ଅଧିକାରୀଙ୍କ ଅନୁଯାୟୀ, ଜୁନ ୧୨ ରେ ମଙ୍ଗଫ ସହରର ଏକ ସାତ ମହଲା କୋଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତଳ ମହଲାରେ ଥିବା ସୁକ୍ୟୁରିଟି ଗାର୍ଡଙ୍କ କୋଠରୀରେ ଏକ ବୈଦ୍ୟୁତିକ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି।

ଏହି ବିଲଡିଂରେ ୧୯୬ଜଣ ପ୍ରବାସୀ ଶ୍ରମିକ ରହିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। କୁଏଟର ଏମିର ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିର୍ଦ୍ଦେଶରେ ପୀଡିତଙ୍କ ପରିବାର ୧୫,୦୦୦ ଆମେରିକୀୟ ଡଲାର (୧୨.୫ ଲକ୍ଷ ଟଙ୍କା) କ୍ଷତିପୂରଣ ପାଇବେ ବୋଲି ଆରବ ଟାଇମ୍ସ ଖବରକାଗଜ ମଙ୍ଗଳବାର ପ୍ରକାଶ କରିଛି। ସରକାରୀ ସୂତ୍ରକୁ ଦର୍ଶାଇ ଖବରକାଗଜ କହିଛି ଯେ କ୍ଷତିପୂରଣ ଦେବାର ପ୍ରକ୍ରିୟା ଶୀଘ୍ର ଶେଷ ହେବ ଏବଂ ପୀଡିତଙ୍କୁ ଦୂତାବାସକୁ ପଠାଯିବ। ନିହତମାନଙ୍କ ମଧ୍ୟରୁ ୪୬ଜଣ ଭାରତୀୟ। ଅନ୍ୟ ତିନିଜଣ ଫିଲିପାଇନ୍ସର ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିପାରି ନାହିଁ।

Share