ଶ୍ରମ କୋଡ଼ ବାତିଲ ଦାବିରେ ଗର୍ଜିଲେ ଶ୍ରମିକ ସଂଗଠନ

ଛତ୍ରପୁର,୨୩।୯(ସନ୍ତୋଷ ପାଢ଼ୀ): ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ମାସିକ ସର୍ବନିମ୍ନ ୨୬ ହଜାର ଦରମା ଓ ପୁରୁଣା ପେନସନ ଲାଗୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହାର ଅଂଶ ବିଶେଷ ଭାବେ ସୋମବାର କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଜ଼ିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ନୀତିଗୁଡ଼ିକୁ ଅତିଶୀଘ୍ର ବାତିଲ କରିବା ପାଇଁ ସ୍ଲୋଗାନ ଦେଇଥିଲେ। ଅତିଶୀଘ୍ର ଶ୍ରମ କୋଡ଼କୁ ବାତିଲ କରିବା,ସର୍ବନିମ୍ନ ଦରମା ମାସକୁ ୨୬ ହଜାର ଟଙ୍କା କରିବା ଆଦି ପାଇଁ ଦାବି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜ଼ିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।...

ଶୋଇଥିବାବେଳେ କାମୁଡିଲା ସାପ: ଗାଁକୁ ରାସ୍ତା ନ ଥିବାରୁ ଚାଲିଗଲା ଜୀବନ

ବାଲିଗୁଡା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ...

ପଦ୍ମପୁରକୁ ନୂତନ ବ୍ଲକ ଗଠନ ପାଇଁ ଦାବି: ଶୁଣିନଥିଲେ ପୂର୍ବ ସରକାର, ଏବେ ମୁଖ୍ୟମନ୍ତ୍ରୀକୁ ପୁଣି ଦେଲେ ଦାବିପତ୍ର

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରକୁ ନୂତନ ବ୍ଲକ ଗଠନ ମାନ୍ୟତା ଦାବିରେ ଶକ୍ତି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ୨୦୨୩ ମେ ୨୬ ତାରିଖ ଜଗଦଳପୁର ଗ୍ରାମର ଜି.ଲକ୍ଷ୍ମୀ ପାତ୍ର (୩୮)ଙ୍କ ମୃତଦେହ ଗାଁ ଶ୍ମଶାନରୁ ଜବତ...

ଅନୁପସ୍ଥିତ ଥିଲେ ସିଡିପିଓ, ଛତୁଆ କେନ୍ଦ୍ରରେ ହଠାତ୍‌ ପହଞ୍ଚିଲେ ଉପଜିଲାପାଳ, ଆଉ ତା’ପରେ…

କୋକସରା,୨୩।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟରେ ଗର୍ଭବତୀ, ଶିଶୁ, କିଶୋରୀ ବାଳିକାଙ୍କୁ କୁପୋଷଣ, ଅପପୃଷ୍ଟିରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରାଗିଙ୍ଗ୍‌ ଅଭିଯୋଗ

ବ୍ରହ୍ମପୁର,୨୩।୯(ସ୍ବାଧୀନ ଶେଖର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରାବାସରେ ରାଗିଙ୍ଗ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରାବାସରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ...

କାମୁଡିଲା ସାପ: ଅଙ୍ଗନୱାଡି କର୍ମୀଙ୍କୁ ଡାକ୍ତରଖାନାକୁ ନ ନେଇ ନେଇଥିଲେ ଗୁଣିଆ ପାଖକୁ, ତା’ପରେ…

ଗଜପତି,୨୩।୯(ଗିରିଧାରୀ ପରିଛା): ଅନ୍ଧ ବିଶ୍ବାସର କରୁଣ ପରିଣତି। ସାପ କାମୁଡାରେ ଅଙ୍ଗନୱାଡି କର୍ମୀ ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri