ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ ‘ଲେଡି ଅମିତାଭ’, ନିଜେ ବଖାଣିଲେ କାରଣ

ମୁମ୍ବାଇ : ତେଲଗୁ ଫିଲ୍ମରେ ‘ଲେଡି ଅମିତାଭ’ ନାଁରେ ପରିଚିତ ଅଭିନେତ୍ରୀ ବିଜୟାଶାନ୍ତି ୧୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଫିଲ୍ମ ଜଗତରେ ଏ ଲମ୍ବା ଗ୍ୟାପ୍‌ ପରେ ସେ ତେଲଗୁ ଫିଲ୍ମ ‘ସରିଲେରୁ ନିକେବାରୁ’ ଜରିଆରେ ଫେରିଛନ୍ତି। ଦୀର୍ଘଦିନ ପରେ ଏହି ଅଭିନେତ୍ରୀଙ୍କ ଲେଉଟାଣି ଜାଣି ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, ଦୀର୍ଘ ୧୩ ବର୍ଷ ପରେ ମୁଁ ପୁଣି ପରଦାକୁ ଫେରିଛି। ମୁଁ ଆଶ୍ଚର୍ଯ୍ୟ ହେଉଛି ଦର୍ଶକ ଆଜି ବି ମୋତେ ମନେ ରଖିଛନ୍ତି। ତେଣୁ ନିଜକୁ ଗୌରବାନ୍ବିତ ମନେ କରୁଛି। କାରଣ ଦର୍ଶକ ମୋ ଅଭିନୟକୁ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି। ଏହା ମୋତେ ବହୁତ ଖୁସି ଦେଉଛି।

ତେବେ ଦର୍ଶକମାନେ ବିଜୟାଶାନ୍ତିଙ୍କୁ ପ୍ରଶ୍ନ କରିଛନ୍ତି ଆପଣ ଦୀର୍ଘଦିନ ଧରି କ’ଣ ପାଇଁ ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ। ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜନୀତି । ମୁଁ ନିଜକୁ ତେଲେଙ୍ଗାନା ନିର୍ମାଣରେ ହଜାଇ ଦେଇଛି। ମୁଁ କୌଣସି କାମ ଅଧା କରେ ନାହିଁ। ମୁଁ ଚାହୁନି ଲୋକେ ମୋ ଉପରକୁ ଅଙ୍ଗୁଳି ଉଠାନ୍ତୁ। ସେମାନେ ନ କୁହନ୍ତୁ କି ଚର୍ଚ୍ଚାରେ ରହିବାକୁ ଅଭିନେତ୍ରୀ ରାଜନୀତିକୁ ବ୍ୟବହାର କରୁଛନ୍ତି। ଏଥିପାଇଁ ମୁଁ ପରଦାରୁ ଦୂରେଇ ଯାଇଥିଲି।

Share