Advertisement

ପଟ୍ଟା ଜମିରୁ ଜମି ଗାଏବ, ୪୫ ଡିସିମିଲରୁ ରହିଛି ୫

ଜୁନାଗଡ଼,୩।୧୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜମି ପଟ୍ଟାରୁ ଜମି ଗାଏବ ହୋଇଯାଇଛି। ଆଗରୁ ଥିବା ୪୫ ଡିସିମିଲରୁ ବର୍ତ୍ତମାନ ୫ ଡିସିମିଲ ଜାଗା ରହିଛି। ଅନ୍ୟପକ୍ଷରେ ଆବେଦନରର ଦୀର୍ଘ ବର୍ଷ ପରେ ମଧ୍ୟ ଜମିର ଡିମାରକେସନ ହୋଇପାରୁନାହିଁ। ଏ ନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା ଘଟଣା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ତହସିଲ ଅଧୀନ ଭଇଁରିଗୁଡା ଗ୍ରାମର ସାଧୁରାମ ମାଝିଙ୍କ ୪୫ ଡିସିମିଲ ପୈତୃକ ଜମି ଥିଲା। ଏହି ଖାତା ନଂ ୪୬୫, ପ୍ଲଟ ନଂ ୧୧୨୫ରୁ ୪୫ ଡିସିମିଲ ଘରବାରି ଥିବା ଜାଗାରୁ ବର୍ତ୍ତମାନ ୪୦ ଡିସିମିଲ ଗାଏବ ହୋଇଛି। ଅନ୍ୟପକ୍ଷରେ ତାଙ୍କ ଚାଷ ଜମିରୁ ପ୍ରାୟ ୮ ଏକର ଜମି ଖାତା ନଂ ୩୮୧, ୩୮,୨୦, ୫୩, ୬୪, ୪୭୨କୁ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ସାଧୁରାମ। ନିଜ ପୈତୃକ ସମ୍ପତ୍ତିକୁ ଫେରି ପାଇବା ପାଇଁ ଅନେକ ଥର ଜିଲାପାଳଙ୍କଠାରୁ ତହସିଲଦାରଙ୍କୁ ଲିଖିତ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଜିଲାପାଳ ଏ ନେଇ ତଦନ୍ତ କରିବାକୁ ଦାବି ହୋଇଛ। ଏ ନେଇ ତହସିଲଦାର ସୁର୍ମୀ ସୋରେନଙ୍କୁ ପଚରିବାରୁ କହିଥିଲେ ଯେ, ମୁଁ ନୂଆ ଆସିଛି। କ’ଣ ହୋଇଛି ଶୁକ୍ରବାର ଦେଖିବି ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share