ବ୍ରିଜ ତଳକୁ ଖସିଲା ଗାଡ଼ି, ଗାଡ଼ିର ଆଗରେ ରହିଛି ଛତିଶଗଡ଼ ପଛରେ ଓଡ଼ିଶା ନମ୍ବର

କୁନ୍ଦୁରା,୨୩।୩(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସାଙ୍ଗଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଟଲାପଦର ନିକଟସ୍ଥ କୋଲାବ ନଦୀ ବ୍ରିଜ୍‌ ଉପରୁ ଏକ ଇନୋଭା ଗାଡ଼ି ତଳକୁ ଖସିଛି। ଉକ୍ତ ଗାଡ଼ିରେ ଛତିଶଗଡ଼ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରୁଛି।
ଗାଡିର ଆଗରେ ଛତିଶଗଡ଼ ନମ୍ବର ରହିଥିବା ବେଳେ ପଛରେ ଓଡ଼ିଶା ଭୁବନେଶ୍ବର ନମ୍ବର ରହିଛି। ତେବେ ଗାଡିରେ କେତେ ପରିମାଣର ଗଞ୍ଜେଇ ଚାଲାଣ ହେଉଥିଲା ତାହା ସ୍ପଷ୍ଠ ହୋଇ ନାହିଁ।
ଗାଡ଼ିରେ ୩ ରୁ ୪ଟି ନମ୍ବର ପ୍ଲେଟ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ କୁନ୍ଦୁରା ଏବଂ ବୈପାରିଗୁଡ଼ା ପୋଲିସ ଖବରପାଇ ଉକ୍ତ ଗଞ୍ଜେଇ ଚାଲାଣ ଗାଡିକୁ ପିଛା କରିଥିଲେ। ଗାଡ଼ିରେ ପ୍ରାୟ ୨ରୁ ୩ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି।