୪ କଳାକାରଙ୍କୁ ନେଇ ଏଥର କଂସ ଚୟନ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ୨୦୨୫ ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ୧୧ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଛନ୍ତି। ଜିଲା ପ୍ରଶାସନର ସୂଚନା ମୁତାବକ ଗତଥର କଂସ ଅଭିନେତା ଚୟନ ବେଳେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଥିବା ୪ କଳାକାରଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ। ତେବେ ଏଥର ଧନୁଯାତ୍ରାରେ କିଏ କଂସ ଭୂମିକାରେ ଅଭିନୟ କରିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ସାଧାରଣତଃ ବରଗଡ଼ ଧନୁଯାତ୍ରାରେ ୩ ବର୍ଷରେ ଥରେ କଂସ ଅଭିନେତା ଚୟନ ହୋଇଥାଏ। ଗତ ୨ବର୍ଷ ଧରି କଂସ ଅଭିନୟ କରିଥିବା ହୃଷୀକେଶ ଭୋଇଙ୍କୁ ଏଥର ଅଭିନୟର ଶେଷ ସୁଯୋଗ ଥିଲା। କିନ୍ତୁ ଗତ ଅକ୍ଟୋବର ୭ତାରିଖରେ ଜିଲା ସ୍ବାସ୍ଥ୍ୟ ବିଭାଗର ମହାପ୍ରୟାଣ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଉକ୍ତ ଗାଡ଼ିରେ ଶବ ପରିବହନ ବାବଦକୁ ଲାଞ୍ଚ ନେଇ ବିବାଦୀୟ ହୋଇପଡ଼ିଥିଲେ। ଉକ୍ତ ଘଟଣାକୁ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବାବେଳେ ଭଟଲି ଥାନାରେ ହୃଷୀକେଶଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣା ପରେ ହୃଷୀକେଶଙ୍କୁ ବରଗଡ଼ ଧନୁଯାତ୍ରାରୁ ବାଦ୍‌ ଦେବା ପାଇଁ ବିଭିନ୍ନ ମହଲରେ ଦାବି ଉଠିଥିଲା। ଧନୁଯାତ୍ରା ମହୋତ୍ସବ ସମିତି ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଥିଲା ଏବଂ ଗତ ୨୨ତାରିଖରେ ଅନୁଷ୍ଠିତ ସମିତିର ଉପଦେଷ୍ଟା ଏବଂ କାର୍ଯ୍ୟକାରୀ ପରିଷଦ କମିଟି ବୈଠକରେ କଂସ ଅଭିନୟରୁ ହୃଷୀକେଶଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପଟେ ଗତ ୨୦୨୨ରେ ହୋଇଥିବା କଂସ ଚୟନରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଥିବା ୪ ଜଣ କଳାକାରଙ୍କୁ ନେଇ କଂସ ଚୟନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
ସମ୍ପୃକ୍ତ ୪ କଳାକାରଙ୍କ ମଧ୍ୟରେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଏବଂ ସୁଶୀଲ କୁମାର ମେହେର ରହିଛନ୍ତି ଏବଂ ସେମାନେ ହିଁ କଂସ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ସୋମବାର ଧନୁଯାତ୍ରା ମହୋତ୍ସବ ସମିତି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି। ଏଥର ଚୟନ ହେଲେ କେବଳ ଥରୁଟିଏ ପାଇଁ ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିପାରିବେ ଏବଂ ଆସନ୍ତା ବର୍ଷ ପାଇଁ ପୁଣି ପୂର୍ବଭଳି କଂସ ଚୟନ ହେବ ବୋଲି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ କେବେ କଂସ ଚୟନ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ଅତିଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଏସୟୁବି କଲେଜ, କୋର୍ସେରା ମଧ୍ୟରେ ଚୁକ୍ତି ଅନ୍‌ଲାଇନ ତାଲିମ ନେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଅନ୍‌ଲାଇନରେ ପାଠ ପଢିବା ଏବଂ ଅନ୍‌ଲାଇନରେ ସାର୍ଟିଫିକେଟ ପାଇବା ପାଠ୍ୟକ୍ରମ ପ୍ରତି ଦିନକୁ ଦିନ ଆଗ୍ରହ ବଢୁଛି। ତେଣୁ ଉଭୟ କେନ୍ଦ୍ର ଓ...

Heavy Rainfall: ହଠାତ୍‌ ଅନ୍ଧାର ହୋଇଗଲା ଭୁବନେଶ୍ୱର, ମାଡ଼ି ଆସିଲା ଝଡବର୍ଷା

ଭୁବନେଶ୍ୱର,୧୨।୪: ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି...

ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ସକାଳ ନା ସଂଧ୍ୟା କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ? ଜାଣନ୍ତୁ…

ଅଧିକାଂଶ ଲୋକ ଫିଟ ରହିବାକୁ ଚାହାଁନ୍ତି। ଓଜନ ହ୍ରାସ କରିବା, ଶରୀରକୁ ପରଫେକ୍ଟ ଆକାରରେ ରଖିବା କିମ୍ବା ଚାପରୁ ମୁକ୍ତି ପାଇବା ବିଷୟରେ ଅନେକେ ଜିମ୍‌...

ରାସ୍ତାରେ ହାତ ଯୋଡ଼ି ଏମିତି ନିବେଦନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ରାଜ ରାସ୍ତାରେ ଜଣେ ସାଧାରଣ ନାଗରିକଙ୍କୁ କିଛି ନିବେଦନ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି।...

ସାଇଡ୍‌ ଦେବାକୁ ଯାଇ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍‌ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ...

ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା

ରିଷିଡ଼ା,୧୨ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଚୈତ୍ର ମହୋତ୍ସବ ଆରମ୍ଭ ହୋଇଛି। ଶନିବାର ଦେବଦେବୀଙ୍କ ନିଶାଣ...

ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍‌ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି, ଗିରଫ ପରେ କୋର୍ଟଚାଲାଣ

ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍‌ରେ ଆଇଆର୍‌ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image