ଭାରତ-ଚାଇନା ବାଣିଜି୍ୟକ କାରବାରରେ ସର୍ବାଧିକ ହ୍ରାସ

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ମାସ (ଜାନୁଆରୀ-ଜୁନ)ରେ ଆମେରିକା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗିଦାରୀ ଭାବରେ ଉଭା ହୋଇଛି। ଅନ୍ୟପଟେ ଏ ଅବଧି ମଧ୍ୟରେ ଚାଇନା ସହିତ ଦେଶରେ ସର୍ବାଧିକ ୪୧.୬ ବିଲିୟନ ଡ଼ଲାରର ବାଣିଜି୍ୟକ କାରବାର ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଅନୁସନ୍ଧାନ ପ୍ରତିଷ୍ଠାନ ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ଏହାର ଏକ ରିପୋର୍ଟରେ କହିଛି ଯେ, ଚଳିତବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ଦେଶର ବାଣିଜି୍ୟକ ରପ୍ତାନି ୫.୪୧% ବୃଦ୍ଧି ହୋଇ ୨୩୦.୫୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଚାଇନାର ରପ୍ତାନି ୮.୫ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ଜାନୁଆରୀରୁ ଜୁନ ମଧ୍ୟରେ ଆମଦାନୀ ୫୦.୧ ବିଲିୟନ ଡ଼ଲାରରେ ପହଞ୍ଚିଛି।
ରିପୋର୍ଟର ବିଶ୍ଳେଷଣରୁ ଜଣାପଡିଛି ଯେ, ଭାରତ ୨୩୯ଟି ଦେଶକୁ ଉତ୍ପାଦ ରପ୍ତାନି କରୁଛି ଏବଂ ସେଥିମଧ୍ୟରୁ ୧୨୬ଟି ଦେଶ ରପ୍ତାନିରେ ସକରାତ୍ମକ ଅଭିବୃଦ୍ଧି ଦେଖାଇଛନ୍ତି। ଏହି ଦେଶଗୁଡ଼ିକର ରପ୍ତାନୀ ହାର ଭାରତର ମୋଟ ରପ୍ତାନୀର ୭୫.୩% ଅଟେ। ରପ୍ତାନିରେ ଅଭିବୃଦ୍ଧି ଥିବା ପ୍ରମୁଖ ଦେଶଗୁଡିକ ମଧ୍ୟରେ ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ନେଦରଲ୍ୟାଣ୍ଡ, ସିଙ୍ଗାପୁର ଏବଂ ଚାଇନା ରହିଛି। ଅନ୍ୟପଟେ ଭାରତରୁ ୯୮ଟି ଦେଶକୁ ରପ୍ତାନିରେ ହ୍ରାସ ଘଟିଛ। ଏହି ଦେଶଗୁଡ଼ିକ ମଧ୍ୟରେ ଇଟାଲୀ, ବେଲଜିୟମ, ନେପାଳ ଏବଂ ହଂକଂ ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ଆମେରିକା ହେଉଛି ଭାରତର ସର୍ବୋଚ୍ଚ ରପ୍ତାନି ଭାଗିଦାରୀ। ୨୦୨୩ ଜାନୁଆରୀରୁ ଜୁନ୍‌ରେ ଆମେରିକାକୁ ରପ୍ତାନି ୩୭.୭ ବିଲିୟନ ଡ଼ଲାର ଥିଲା, ଯାହା ଚଳିତ ବର୍ଷର ସମାନ ଅବଧିରେ ୧୦.୫ ପ୍ରତିଶତ ବୃଦ୍ଧି ପାଇ ୪୧.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଚାଇନା ଭାରତର ସର୍ବବୃହତ ଆମଦାନୀ ଯୋଗାଣକାରୀ ଭାବରେ ରହିଆସିଛି। ଚାଇନାରୁ ଆମଦାନୀ ୪୬.୨ ବିଲିୟନ ଡ଼ଲାରରୁ ୫୦.୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚାଇନା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗୀଦାରୀ ହୋଇ ରହିଥିଲା। ମାତ୍ର ଜାନୁୟାରୀରୁ ଜୁନ ୨୦୨୪ ମଧ୍ୟରେ ଆମେରିକା ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ରହିଛି। ଏହାପଛକୁ ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ଭାବରେ ଚାଇନା ରହିଛି। ଏହିକ୍ରମରେ େମୋଟ ବାଣିଜ୍ୟ ୭.୭% ବୃଦ୍ଧି ହୋଇ ୫୪.୪ ବିଲିୟନ ଡ଼ଲାରରୁ ୫୮.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଲୁହାପଥର, ଫାର୍ମାସ୍ୟୁଟିକାଲ୍ସ, ମୂଲ
ବାନ ପଥର, ବାସମତି ଚାଉଳ, ରାସାୟନିକ ପଦାର୍ଥ ଏବଂ ସ୍ମାର୍ଟଫୋନ ଭଳି କ୍ଷେତ୍ର ଦ୍ୱାରା ରପ୍ତାନୀର ଅଭିବୃଦ୍ଧି ବୃଦ୍ଧି ହୋଇଥିବାବେଳେ ସେବା କ୍ଷେତ୍ରରେ ରପ୍ତାନି ୬.୯% ବୃଦ୍ଧି ହୋଇ ୧୭୮.୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ଅନ୍ୟପଟେ ଆମଦାନୀ ୫.୭୯% ବୃଦ୍ଧି ହୋଇ ୯୫ ବିଲିୟନ ଡ଼ଲାରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri