Categories: ଫୁରସତ

ଦୁନିଆର ସବୁଠୁ ବଡ଼ ହୋଟେଲ, ଏହା ଉପରେ ରହିଛି ୪ ହେଲିପ୍ୟାଡ୍‌

ସମଗ୍ର ବିଶ୍ୱରେ ଏକାଧିକ ହୋଟେଲ ଅଛି। କେତେକ ବହୁତ ବଡ଼ ଏବଂ ଆଉ କେତେକ ବିଳାସପୂର୍ଣ୍ଣ। ପ୍ରତ୍ୟେକ ହୋଟେଲର ନିଜସ୍ବ ବିଶେଷତା ବି ରହିଛି। ଆପଣଙ୍କ ସମ୍ବଳ ଦେଖି ଏପରି ବିଳାସପୂର୍ଣ୍ଣ ହୋଟେଲରେ ରହି ମଜା ନେଇପାରିବେ। ଏହି ହୋଟେଲରେ ବହୁ ସଂଖ୍ୟକ କୋଠରି ଏବଂ ରେଷ୍ଟୁରାଣ୍ଟ ଅଛି।

ସାଉଦି ଆରବର ମକ୍କା ସହରରେ ବିଶ୍ୱର ସର୍ବବୃହତ ହୋଟେଲ ‘ଅବରାଜ କୁଦାଇ’ ରହିଛି। ଏଥିରେ ୧୦ ହଜାରରୁ ଅଧିକ କୋଠରି ରହିଛି। ଏହା ସହିତ ଏହି ହୋଟେଲରେ ୭୦ଟି ରେଷ୍ଟୁରାଣ୍ଟ ମଧ୍ୟ ରହିଛି। ଏହା ୩.୫ ବିଲିୟନ ଡଲାରର ପ୍ରକଳ୍ପ। ଏହି ହୋଟେଲ ଉପରେ ୪ଟି ହେଲିପ୍ୟାଡ୍‌ ବି ରହିଛି। ଏହା ଦିନରାତି ଖୋଲା। ଅତିଥିମାନେ ହେଲିକପ୍ଟରରେ ଆସି ହୋଟେଲ ଉପରେ ନିର୍ମିତ ହେଲପ୍ୟାଡ୍‌ରେ ଅବତରଣ କରିବେ। ୧୨ ଟାଓ୍ବାର ବିଶିଷ୍ଟ ଏହି ହୋଟେଲ ଦେଖିବାକୁ ବହୁତ ସୁନ୍ଦର।

Share